୧୪ ଦିନିଆ ନ୍ୟାୟିକ ହେପାଜତରେ ଅଭିନେତା, ଧାର୍ମିକ ଭାବନା ବିରୋଧରେ କରିଥିଲେ ଟୁଇଟ୍‌

ନୂଆଦିଲ୍ଲୀ,୨୩।୩: ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ କନ୍ନଡ ଅଭିନେତା ତଥା ସମାଜସେବୀ ଚେତନ କୁମାରଙ୍କୁ ବେଙ୍ଗାଲୁରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍‌ ପରେ ମାର୍ଚ୍ଚ ୨୧ରେ ଚେତନଙ୍କୁ ବେଙ୍ଗାଲୁରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।

Share