ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

୨୦୨୦ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି। ଗତ ବର୍ଷ ଇଣ୍ଡଷ୍ଟ୍ରି ଅନେକ ପ୍ରସିଦ୍ଧ ତାରକାଙ୍କୁ ହରାଇଛି। ୨୦୨୧ ବର୍ଷ ଆରମ୍ଭ ହେବାର ଇତିମଧ୍ୟରେ ୨୫ ଦିନ ହୋଇଗଲାଣି। ଏବେ କନ୍ନଡ ଫିଲ୍ମ ଜଗତରୁ ଏକ ଖରାପ ଖବର ଆସିଛି। କନ୍ନଡ ଅଭିନେତ୍ରୀ ତଥା ବିଗ ବସ ପ୍ରତିଯୋଗୀ ଜୟଶ୍ରୀ ରମୈୟାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଜାନୁଆରୀ ୨୫ରେ, ଜୟଶ୍ରୀଙ୍କ ମୃତଦେହ ବେଙ୍ଗାଲୁରୁର ଏକ ପୁନର୍ବାସ କେନ୍ଦ୍ରରୁ ମିଳିଥିଲା। ଖବର ଅନୁଯାୟୀ ଜୟଶ୍ରୀ କିଛିଦିନ ହେବ ଡିପ୍ରେସନ ସହ ସଂଘର୍ଷ କରୁଥିଲେ। ଜୟଶ୍ରୀଙ୍କ ମୃତ୍ୟୁ ସମଗ୍ର କନ୍ନଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଗତ ବର୍ଷ ଜୟଶ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ, ଯାହା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଜୟଶ୍ରୀ ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ଡିପ୍ରେସନରର ଶିକାର ଏବଂ ଏବେ ସେ ଜୀବନ ହାରିବାକୁ ଚାହୁଁଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଲେଖିଥିଲେ, ‘ମୁଁ ବିଦାୟ ନେଉଛି! ଗୁଡ୍‌ ବାଏ ବିଶ୍ୱ ଏବଂ ଡିପ୍ରେସନ୍‌। ଜୟଶ୍ରୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ତେବେ ଏହା ପରେ ଅନ୍ୟ ଏକ ପୋଷ୍ଟ ଶେୟାର କରି କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

 

 

Share