ଦମ୍ପତିଙ୍କ ଉପରେ କାର୍‌ ଚଢାଇଦେଲେ ପ୍ରସିଦ୍ଧ ଅଭିନେତା

କନ୍ନଡ ସିନେମାର ପ୍ରସିଦ୍ଧ ଅଭିନେତା ନାଗଭୂଷଣ ଜଣେ ଦମ୍ପତିଙ୍କ ଉପରେ କାର୍‌ ଚଢାଇ ଦେଇଛନ୍ତି। ବେଙ୍ଗାଲୁରୁରେ ଏହି ଦମ୍ପତି ରାସ୍ତାରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୁଷ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ପ୍ରସଙ୍ଗରେ ବେଙ୍ଗାଲୁରୁର କୁମାରସ୍ବାମୀ ଟ୍ରାଫିକ ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଛି। ଖବର ଅନୁଯାୟୀ, ପୋଲିସର ଅଭିଯୋଗରେ ଦୁର୍ଘଟଣାର କାରଣ ଅତ୍ୟଧିକ ଦ୍ରୁତ ଗତିରେ ଏବଂ ବେପରୁଆ ଡ୍ରାଇଭିଂ ବୋଲି କୁହାଯାଉଛି। ଏହି ଘଟଣା ଶନିବାର ରାତି ପ୍ରାୟ ୯.୪୫ ସମୟରେ ଘଟିଥିଲା। କୁହାଯାଉଛି ଯେ ନାଗଭୂଷଣ ବେଙ୍ଗାଲୁରୁର ବସନ୍ତ ପୁର ମୁଖ୍ୟ ରାସ୍ତାରେ ଫୁଟପାଥରେ ଥିବା ଦମ୍ପତିଙ୍କୁ ଧକ୍କା ଦେଇଛି। ସେ ଉତ୍ତରାହାଲୀରୁ କୋଣନକଣ୍ଟେ ଆଡକୁ ଯାଉଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା ପ୍ରଥମେ ଦମ୍ପତିଙ୍କ ଉପରେ ତାଙ୍କ କାର ଚଢାଇଥିଲେ, ପରେ ତାଙ୍କ କାର ଏକ ବିଦ୍ୟୁତ୍‌ ପୋଲ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪୮ ବର୍ଷୀୟା ମହିଳା ପ୍ରେମା ଡାକ୍ତରଖାନା ଯିବା ବାଟରେ ମୃତ୍ୟୁବରଣ କରିଛନ୍ତି। ଏହି ସମୟରେ ପ୍ରେମାଙ୍କ ସ୍ବାମୀ କୃଷ୍ଣ (୫୮ ବର୍ଷ)ଙ୍କ ଗୋଡ, ମୁଣ୍ଡ ଏବଂ ପେଟରେ ଗଭୀର ଆଘାତ ଲାଗିଥିଲା।
ଦୁର୍ଘଟଣା ପରେ ନାଗଭୂଷଣ ନିଜେ ଆହତ ଦମ୍ପତିଙ୍କୁ ଡାକ୍ତରଖାନା ନେଇଥିଲେ। ନାଗଭୂଷଣ ନିକଟରେ ଫିଲ୍ମ ‘ଟାଗରୁ ପାଲିଆ’ରେ ନଜର ଆସିଥିଲେ।

Share