ଦୁର୍ଘଟଣାର ଶିକାର ହେଲେ କନ୍ନଡ ଅଭିନେତା ସୁରଜ କୁମାର, ଜୀବନ ବଞ୍ଚାଇବାକୁ କାଟିବାକୁ ପଡିଲା ଗୋଡ

ଚେନ୍ନାଇ,୨୭।୬: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧ୍ରୁବନ ନାଁରେ ବେଶ ପରିଚିତ ଫେମଶ ଆକ୍ଟର ସୁରଜ କୁମାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। କୁହାଯାଉଛି କି ଜୁନ ୨୪ରେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ତୁରନ୍ତ ତାଙ୍କୁ ମହୀଶୂରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୪ଜୁନ ସାରେ ଅଭିନେତା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ବାଙ୍ଗାଲୋର ନିକଟ ମହୀଶୂର-ଗୁଣ୍ଡଲୁପର ରାଜପଥରେ ହୋଇଥିଲା। ସେ ଏକ ବାଇକରେ ମହୀଶୂରରୁ ଉଟି ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ସୂଚନାନୁସାରେ, ସେ ଏକ ଟ୍ରାକ୍ଟରକୁ ଓଭରଟେକ କରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ବାଇକ ଭାରସାମ୍ୟ ହରାଇ ଏକ ଲୋରୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ସେ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଏଥି ସହିତ ଡାକ୍ତରମାନେ ତାଙ୍କ ଗୋଡକୁ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇ ନ ଥିଲେ। ପରେ ଅଭିନେତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତର ତାଙ୍କ ଡାହାଣ ଗୋଡ କାଟି ଦେଇଥିବା ଜଣାପଡିଛି।

Share