ସର୍ଜରୀ ବେଳେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ବେଙ୍ଗାଲୁରୁ,୧୭।୫: ୨୧ ବର୍ଷିୟା କନ୍ନଡ ଅଭିନେତ୍ରୀ ଚେତନା ରାଜ ପା୍ଲଷ୍ଟିକ୍‌ ସର୍ଜରୀ କରିବା ସମୟରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁରେ କନ୍ନଡ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଏଥିପାଇଁ ତାଙ୍କ ପରିବାର ଲୋକ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ମାମଲା ରୁଜୁ କରିଛନ୍ତି ।

ଏକ ରିପୋର୍ଟରୁ ଜଣାପଡିଛି ଯେ, ଚେତନା ସୋମବାର ବେଙ୍ଗାଲୁରୁର ସେଟ୍ଟି କସମେଟିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ନିଜ ଶରୀରରୁ ଚର୍ବି କମାଇବା ପାଇଁ ସର୍ଜରୀ କରୁଥିଲେ । ତେବେ ସର୍ଜରୀରେ କିଛି ତ୍ରୁଟି ହେତୁ ଫୁସଫୁସରେ ସମସ୍ୟା ହୋଇଛି। ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଚେତନା ନିଜ ସର୍ଜରୀ ବିଷୟରେ କାହାକୁ କିଛି କହି ନ ଥିଲେ । ଏମିତିକି ତାଙ୍କ ପିତା ମାତା ମଧ୍ୟ ଏ ବିଷୟରେ ଜାଣି ନ ଥିଲେ ।

 

Share