Categories: ଜାତୀୟ

ଟୁଇଟ୍‌ କରିବା ପଡିଲା ମହଙ୍ଗା

ବେଙ୍ଗାଲୁରୁ,୨୩।୨: ହିଜାବ ମାମଲାର ଶୁଣାଣି କରୁଥିବା ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ଟୁଇଟ୍‌ ଅଭିଯୋଗରେ କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାରଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଥାନାରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ବେଙ୍ଗାଲୁରୁ ସିଟି ପୋଲିସ ଚେତନଙ୍କୁ ଗିରଫ କରିଛି । ଏ ନେଇ ଡେପୁଟି ପୋଲିସ କମିଶନର ଏମ.ଏନ. ଅନୁଚେଠ ସୂଚନା ଦେଇଛନ୍ତି।

 

Share