Advertisement

କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ଆମତ୍ହତ୍ୟା ସନ୍ଦେହ

ବେଙ୍ଗାଲୁରୁ, ୪।୧୧: କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ମୃତଦେହ ରବିବାର ବେଙ୍ଗାଲୁରୁର ମଦନାୟକନହଲ୍ଲୀସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଛି। ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଶଙ୍କା କରୁଛି। ବେଙ୍ଗାଲୁରୁ ଗ୍ରାମୀଣର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ସି.କେ. ବାବା କହିଛନ୍ତି, ଗତ କିଛିଦିନ ଧରି ନିଜ ଫିଲ୍ମ କିମ୍ବା କୌଣସି ପ୍ରସଙ୍ଗକୁ ନେଇ ଗୁରୁପ୍ରସାଦ ଚିନ୍ତିତ ଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ସେ ଆର୍ଥିକ ସଙ୍ଗଟରେ ଥିବା ନେଇ ପଡ଼ୋଶୀ କହିଛନ୍ତି। ଗତ ୫ରୁ ୬ ଦିନ ଧରି ସେ ଘରୁ ବାହାରକୁ ବାହାରି ନାହାନ୍ତି। ପୋଲିସ ଘଟଣାକୁ ନେଇ ବିଭିନ୍ନ ଦିଗରୁ ଯାଞ୍ଚ କରୁଥିବା ସେ କହିଛନ୍ତି। ତାଙ୍କ ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ନିଜ ଫ୍ଲାଟ୍‌ର ଏକ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଗୁରୁପ୍ରସାଦ ‘ମାତା’, ‘ୟେଦେଲୁ ମଞ୍ଜୁନାଥ’, ‘ଡିରେକ୍ଟର୍ସ ସ୍ପେଶିଆଲ’ ଆଦି ସୁପରହିଟ୍‌ କନ୍ନଡ଼ ଫିଲ୍ମର ନିର୍ଦ୍ଦେଶନା ଦେଇ ପ୍ରସିଦ୍ଧି ଲାଭ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share