Categories: ଜାତୀୟ

ଫିଲ୍ମ ଆକ୍ଟ୍ରେସଙ୍କ ଆତ୍ମହତ୍ୟା

ବାଙ୍ଗାଲୋର,୩୦।୯: ଜଣାଶୁଣା କନ୍ନଡ ଟେଲିଭିଜନ ଆକ୍ଟ୍ରେସ ସୌଜନ୍ୟା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ବାଙ୍ଗାଲୁରୁର କୁମ୍ବାଲଗୋଡୁ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଡ୍‌ ନୋଟ ମିଳିଛି, ଯେଉଁଥିରେ ଚରମ ପଦକ୍ଷେପ ପାଇଁ କେବଳ ନିଜକୁ ଦାୟୀ କରିଛନ୍ତି ସୌଜନ୍ୟା।

ପୋଲିସ କହିବା ଅନୁଯାୟୀ, ସୌଜନ୍ୟାଙ୍କ ମୃତଦେହ ଗୁରୁବାର ସକାଳେ ମିଳିଥିଲା। ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

କର୍ନାଟକର କୋଡାଗୁ ଜିଲାର କୁଶାଲନଗରରେ ଜନ୍ମିତ ୨୫ ବର୍ଷୀୟା ଅଭିନେତ୍ରୀ ଫିଲ୍ମରେ କାମ କରିବା ପାଇଁ ବେଙ୍ଗାଲୁରୁ ଚାଲି ଆସିଥିଲେ। କିଛି ସିରିଏଲ ଛାଡ଼ି ଦେଲେ ଦୁଇଟି କନ୍ନଡ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା।

Share