ନୂଆଦିଲ୍ଲୀ,୧୯।୫: କରୋନା ଟିକା ନେଇ ଫଶିଯାଇଛନ୍ତି ଭାରତୀୟ କ୍ରିକେଟର୍ କୁଳଦୀପ ଯାଦବ। ମେ ୧୫ରେ, ଟୀକାକରଣର ପ୍ରଥମ ଡୋଜ୍ ଗ୍ରହଣ କରିବା ପରେ କୁଳଦୀପ ଯାଦବ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ଏବଂ ସମସ୍ତଙ୍କୁ ଟିକା ଦେବାକୁ ଅନୁରୋଧ କରିଥିଲେ। ବାମହାତୀ ବୋଲର କୁଳଦୀପ ସେହି ଫଟୋରେ ଡାକ୍ତରଖାନା ବଦଳରେ ଏକ ଲନରେ ବସି ଟିକା ନେଉଥିବା ଦେଖାଯାଉଛି। ଏହା ପ୍ରୋଟୋକଲର ଉଲ୍ଲଂଘନ ବୋଲି ବିବେଚନା କରାଯାଏ। କାନପୁର ଜିଲା ମାଜିଷ୍ଟ୍ରେଟ ଆଲୋକ ତିୱାରୀ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଅତୁଲ କୁମାରଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଏବଂ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, କୁଳଦୀପଙ୍କୁ ଗୋବିନ୍ଦ ନଗରସ୍ଥିତ ଜାଗେଶ୍ୱର ହସ୍ପିଟାଲରେ କୁଳଦୀପଙ୍କୁ ଟିକାକରଣ ପାଇଁ ଯିବାର ଥିଲା କିନ୍ତୁ ଗୋପନୀୟ ସର୍ତ୍ତରେ ତାଙ୍କୁ କାନପୁର ମ୍ୟୁନିସିପାଲ କର୍ପୋରେସନର ଗେଷ୍ଟ ହାଉସର ଲନରେ ଟିକା ଦିଆଯାଇଥିଲା।