Categories: ଜାତୀୟ

ଇଦରେ ଇଦଗାହ ବାହାରେ ସଡ଼କ ଉପରେ ନମାଜ ପଢିବାରୁ ୨ହଜାର ଲୋକଙ୍କ ବିରୋଧରେ ମାମାଲା ରୁଜୁ

ବଜରିଆ,୨୮।୪: କାନପୁର ସହରର ବଜରିଆ, ବେଗାମପୁରଓ୍ବା ଓ ଜାଜମଉ ସମେତ ବିଭିନ୍ନ ସ୍ଥାନରେ ଇଦରେ ବିନା ଅନୁମତିରେ ଇଦଗାହ ବାହାରେ ସଡ଼କ ଉପରେ ନମାଜ ପଢିବା ଅଭିଯୋଗରେ ଅତିକମରେ ୨୦୦୦ ଲୋକଙ୍କ ବିରୋଧରେ ୩ ଟି ଭିନ୍ନ ଭିନ୍ନ ଏଫଆଇଆର ଦିଆଯାଇଛି। ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୋଲିସ କହିଛି ଏହି ମାମଲାରେ ସମସ୍ତଙ୍କୁ ଗିରଫ କରାଯାଇ ନାହିଁ।

ସୂଚନାଯୋଗ୍ୟ, ଇଦରେ ଏହି ସ୍ଥାନରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ ଓ ନମାଜ ପଢିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ସଡ଼କ ଉପରେ ନମାଜ ପଢିଥିବା ଦେଖାଯାଇଥିଲା, ଏତିକି ବେଳେ କେହି ଏମାନଙ୍କର ଭିଡିଓ ରେକର୍ଡ କରି ନେଇଥିଲେ। ଏହାପରେ ନମାଜ ପାଠକୁ ନେଇ ଏଫଆଇଆର ଦିଆଯାଇଥିଲା। ନାମ ନ କହିବା ସର୍ତ୍ତରେ ଜଣେ ପୋଲିସ ଅଧିକାରୀ କହିଛନ୍ତି, ନମାଜ ପଢୁଥିବା ଲୋକଙ୍କୁ ଭିଡିଓ ଆଧାରରେ ଚିହ୍ନଟ କରାଯିବ। ଏହାପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share