Categories: ଜାତୀୟ

କାନପୁର ଏନ୍‌କାଉଣ୍ଟର: ବିକାଶଙ୍କ ଘର ଆବର୍ଜନାରୁ ମିଳିଲା ୩ ବୋମା

କାନପୁର,୭।୭: ଉତ୍ତରପ୍ରଦେଶ କାନପୁରର ବହୁ ଚର୍ଚ୍ଚିତ ଏନ୍‌କାଉଣ୍ଟରରେ ୮ ପୋଲିସ ଶହୀଦ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାପରେ କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କୁ ପୋଲିସ ଖୋଜି ଚାଲିଛି। ଚୌବେପୁର ଥାନାରୁ ତାଙ୍କୁ ସହାୟତା ମିଳୁଥିବା ଖବର ଆସିବା ପରେ ଏବେ ସେଠାକାର ସମସ୍ତ କର୍ମଚାରୀ ସନ୍ଦେହ ଘେରକୁ ଚାଲି ଆସିଛନ୍ତି। ଉତ୍ତର ପ୍ରଦେଶର ଏଡିଜି (ଲ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାର ପହିଛନ୍ତି ଯେ ପର୍ଯ୍ୟନ୍ତ ସେ ବିକାଶଙ୍କୁ ଗିରଫ କରି ନାହାନ୍ତି ସେପର୍ଯ୍ୟନ୍ତ ସେ ଚୁପ୍‌ ବସି ପାରିବେ ନାହିଁ। ଦୀର୍ଘ ୫ ଦିନ ହେବ ଘଟିଥିବା ଏନ୍‌କାଉଣ୍ଟର ପରେ ବି ପୋଲିସ ହାତ ଖାଲି ଥିବା ବେଳେ ମଙ୍ଗଳବାର ବିକାଶ ଦୁବେଙ୍କ ପୁରୁଣା ଘରର ଆବର୍ଜନାରୁ ପୋଲିସକୁ ୩ ଜୀବନ୍ତ ବୋମା ମିଳିଛି। ଏହାପରେ ବୋମା ଗୁଡିକ ନଷ୍ଟ କରି ଦିଆଯାଇଛି। ଗୋଟିଏ ଦିନ ପୂର୍ବରୁ ମଧ୍ୟ ବିକାଶଙ୍କ ଘରୁ ବହୁ ମାତ୍ରାରେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।

Share