Categories: ଜାତୀୟ

କାନପୁର ଏନ୍‌କାଉଣ୍ଟର: ଶହୀଦଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ସହାୟତା ରାଶି ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶ କାନପୁରରେ ଶୁକ୍ରବାର ସକାଳେ କୁଖ୍ୟାତ ଅପରାଧୀଙ୍କ ସହ ହୋଇଥିବା ଗୁଳିବିନିମୟରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଡିଏସ୍‌ପି ସମେତ ୮ଜଣ ପୋଲିସ କର୍ମଚାରୀ ରହିଛନ୍ତି। ତେବେ ଏନ୍‌କାଉଣ୍ଟରରେ ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ ହସ୍ପିଟାଲକୁ ଯାଇ ଭେଟିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେଶବ ମୋର୍ଯ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ଭେଟି ଆଲୋଚନା କରିବା ସହ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେହି ସମୟରେ ଯୋଗୀ କହିଛନ୍ତି, ଏହି ଏନ୍‌କାଉଣ୍ଟରରେ ଶହୀଦ ହୋଇଥିବା ପୋଲିସଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଏଥିସହ ଶହୀଦଙ୍କ ପରିବାରରୁ ଜଣଙ୍କୁ ଚାକିରୀ ଦେବାକୁ ସେ ଘୋଷଣା କରିଛନ୍ତି। ଏତଦ୍‌ ବ୍ୟତୀତ ସମସ୍ତ ଶହୀଦ ପରିବାରଙ୍କୁ ୧କୋଟି ଟଙ୍କା ସହାୟତା ରାଶି ଏବଂ ଅସାଧାରଣ ପେନ୍‌ସନ୍‌ ଦିଆଯିବ ବୋଲି ଆଦିତ୍ୟନାଥ ଘୋଷଣା କରିଛନ୍ତି।

Share