Categories: ଜାତୀୟ

କାନପୁରରେ ୧୪୪ ଧାରା ଜାରି, ସମ୍ବେଦନଶୀଳ ଜିଲାରେ ଡ୍ରୋନ ରଖିବ ନଜର

କାନପୁର,୧୦ ।୬: କାନପୁରରେ ହୋଇଥିବା ହିଂସା ପରେ ଏବେ ପ୍ରଥମ କରି ଶୁକ୍ରବାର ନମାଜ ହେବାକୁ ଯାଉଛି । ଏହାକୁ ନେଇ ପ୍ରଶାସନ ହାଇ ଆଲର୍ଟରେ ଅଛି । ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରାଯାଇଛି । କାନପୁର ସମେତ କିଛି ସହରରେ ଯବାନ ହାଇ ଆଲର୍ଟରେ ରହିଛନ୍ତି । ଶୁକ୍ରବାର କୌଣସି ସ୍ଥାନରେ ରାଲି ବାହାରିବା ଉପରେ ପ୍ରତିବନ୍ଧକ ରହିଥିବା ବେଳେ ଜନସାଧାରଣଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ଡ୍ରୋନ କ୍ୟାମେରା ଜରିଆରେ ମୁସଲମାନ ବହୁଳ ଅଞ୍ଚଳରେ ଡ୍ରୋନ ନଜର ରଖିବ । ନମାଜ ପୂର୍ବରୁ ପୋଲିସର ବରିଷ୍ଠ ଅଧିକାରୀମାନେ ଜୁନ ୩ରେ ହୋଇଥିବା ହିଂସାଗ୍ରସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।
କାନପୁର ହିଂସା ପରେ ଶୁକ୍ରବାରର ନମାଜକୁ ନେଇ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରିଛନ୍ତି ।

Share