ଫେବୃୟାରୀରେ ଶୀର୍ଷ ଛୁଇଁବ କରୋନା: ଦୈନିକ ଚିହ୍ନଟ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ୱ

କାନପୁର,୮ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଛି । ଆସନ୍ତା ଫେବୃୟାରୀରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ସେତେବେଳକୁ ଦୈନିକ ସଂକ୍ରମଣ ୮ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି । ଏକ ଗାଣିତିକ ମଡେଲ ଆଧାରରେ କାନପୁର ଆଇଆଇଟିର ବରିଷ୍ଠ ବୈଜ୍ଞାନିକ ପ୍ର. ମଣିନ୍ଦ୍ର ଅଗ୍ରୱାଲ ଦାବି କରିଛନ୍ତି, ଫେବୃୟାରୀରେ ମହାରାଷ୍ଟ୍ରରେ ୩୦-୬୦ ହଜାର ଓ ଦିଲ୍ଲୀରେ ଦୈନିକ ସଂକ୍ରମଣ ୩୫-୭୦ ହଜାରରେ ପହଞ୍ଚିବ । ଏହି ସମୟରେ ହସ୍ପିଟାଲରେ ସ୍ଥାନାଭାବ ଦେଖାଯିବ । କାରଣ ଦୈନିକ ପାଖାପାଖି ଦେଢ ଲକ୍ଷ ବେଡର ଆବଶ୍ୟକତା ପଡିପାରେ । ତେଣୁ ଏବେଠାରୁ ସତର୍କତା ଜରୁରୀ ।

Share