Categories: ଜାତୀୟ

ବ୍ୟବସାୟୀଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା: ୨୪ ଘଣ୍ଟା ହେଲା ଚାଲିଛି ଗଣନା

କାନପୁର,୨୪।୧୨: ଉତ୍ତର ପ୍ରଦେଶର କାନପୁରରେ ଏକ ପରଫ୍ୟୁମ୍‌ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଘରୁ ବିଡା ବିଡା ଟଙ୍କା ମିଳିଛି। ୨୪ ଘଣ୍ଟା ହେବ ଟଙ୍କା ଗଣା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କ ଘରୁ ୬ ବକ୍ସ ନୋଟ ମିଳିଛି। ପୀୟୁଷଙ୍କ ନାଁରେ ୧୫୦ କୋଟି ଟଙ୍କା ଟିକସ ଫାଙ୍କିବାର ପ୍ରମାଣ ମିଳିଛି। ସେଲ କମ୍ପାନୀ ମାଧ୍ୟମରେ ୧୦୦ କୋଟିରୁ ଅଧିକ ଟଙ୍କା ରୁଣ ନେବାକୁ ମଧ୍ୟ ଚର୍ଚ୍ଚା ହୋଇଛି। ଟିକସ ଫାଙ୍କିବା ଆଶଙ୍କା କରି ଗୁରୁବାର ସକାଳେ ଜିଏସ୍‌ଟି ଇଣ୍ଟେଲିଜେନ୍ସ (ଡିଜିଜିଏ) ର ଏକ ଟିମ ସୁଗନ୍ଧିତ ବ୍ୟବସାୟୀ ପୀୟୁଷ ଜେନାଙ୍କ ଘର, କାରଖାନା, କାର୍ଯ୍ୟାଳୟ, କୋଲ୍ଡ ଷ୍ଟୋରେଜ ଏବଂ ପେଟ୍ରୋଲ ପମ୍ପ ଉପରେ ଚଢାଉ କରିଛି। ଗୁଜୁରାଟ, ମୁମ୍ବାଇର କାନପୁରରେ ଅବସ୍ଥିତ ପ୍ରତିଷ୍ଠାନରେ ଏହି କାର୍ଯ୍ୟ ଏକାସାଙ୍ଗରେ ନିଆଯାଇଥିଲା।

Share