Categories: ଜାତୀୟ

ଅପରାଧୀଙ୍କ ଗୁଳିରେ ଡିଏସପିଙ୍କ ସମେତ ୮ ପୋଲିସ କର୍ମୀ ଶହୀଦ

କାନପୁର,୩।୭: ଉତ୍ତର ପ୍ରଦେଶ କାନପୁରରେ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ୮ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି ଏସ୍ପି ଦେବେନ୍ଦ୍ର ମିଶ୍ର ରହିଛନ୍ତି। ଅନ୍ୟ ୭ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କାନପୁର ଧୌବେପୁର ଥାନା ବେକରୁ ଗାଁ ପାଖରେ ରାତି ଗୋଟାଏ ସମୟରେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ମୋଷ୍ଟ ୱାଣ୍ଟେଡ ଅପରାଧୀ ବିକାଶ ଦୁବେ ଓ ତାଙ୍କ ୧୦ ସହଯୋଗୀ ସହ ଏହି ଗୁଳି ବିନିମୟ ଘଟିଥିବା ଜଣାପଡ଼ିଛି। ଖବରପାଇ ଫରେନ୍ସିକ ଟିମ ଓ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ଏସଏସ୍ପି ଏବଂ ଆଇଜି ପହଞ୍ଚିଥିବା ସୂଚନା ମିଳିଛି।

Share