Posted inଖେଳ

ରୋମାଞ୍ଚକ ସ୍ଥିତିରେ କାନପୁର ଟେଷ୍ଟ: ଭାରତର ଦବ୍‌ଦବା ଜାରି

କାନପୁର,୩୦।୯: କାନପୁରର ଗ୍ରୀନପାର୍କରେ ଭାରତ ଓ ବାଂଲାଦେଶ ମଧରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଶ ରୋଚକ ସ୍ଥିତିରେ ରହିଛି। ଲଗାତାର ଦୁଇ ଦିନ ବର୍ଷାରେ ଧୋଇଯିବା ପରେ ସୋମବାର ଚତୁର୍ଥ ଦିନର ଖେଳ ସମ୍ଭବ ହୋଇଥିଲା। ଭାରତ ଟି୨୦ ଫର୍ମାଟର ନୀର୍ଭିକ କ୍ରିକେଟ ଖେଳିଥିବା ବେଳେ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବାଂଲାଦେଶ ହାତରେ ୮ ଉଇକେଟ ରହିଥିବା ବେଳେ ଏହା ୨୬ ରନ୍‌ ପଛରେ ରହିଛି। ପ୍ରଥମେ ବୋଲର ମାନେ ବାଂଲାଦେଶକୁ ୨୩୩ ରନ୍‌ରେ ସୀମିତ ରଖିବା ପରେ ବ୍ୟାଟର ମାନେ ୩୪ ଓଭର ଖେଳି ୨୮୫ ରନ୍‌ କରିଥିଲେ। ୫୨ ରନ୍‌ରେ ପଛୁଆ ରହିଥିବା ବାଂଲାଦେଶ ଚତୁର୍ଥ ଦିନର ଷ୍ଟମ୍ପସ୍‌ ବେଳକୁ ୨ ଉଇକେଟ ହରାଇ ୨୬ ରନ୍‌ ସ୍କୋର କରିଛି।
ତୃତୀୟ ଦିନର ଅସମାପ୍ତ ସ୍କୋର ୧୦୭/୩ରୁ ଖେଳ ଆରମ୍ଭ କରିଥିଲା ବାଂଲାଦେଶ। ଭେଟେରାନ୍‌ ମୁଶଫିକୁର ରହିମ୍‌ ନିଜ ବ୍ୟକ୍ତିଗତ ସ୍କୋରରେ ଆଉ ୫ ରନ୍‌ ଯୋଡି ୧୧ ରନ୍‌ କରି ବୁମ୍‌ରାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ବାଂଲାଦେଶ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲେ ମଧ୍ୟ ପୂର୍ବଦିନର ଅନ୍ୟତମ ଅପରାଜିତ ବ୍ୟାଟର ମୋମିନୁଲ୍‌ ହକ୍‌ ଲଢୁଆ ଶତକ ହାସଲ କରିଥିଲେ। ଶେଷ ଯାଏ ଅପରାଜିତ ରହିଥିବା ମୋମିନୁଲ୧୯୪ ବଲ୍‌ ଖେଳି ୧୦୭ ରନ୍‌ କରିଥିଲେ। ଏହି ଇନିଂସରେ ୧୭ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମେହିଦୀ ହସନ ମିରାଜ ୨୦ ଓ ଲିଟନ୍‌ ଦାସ ୧୩ ରନ୍‌ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା ସର୍ବାଧିକ ୩ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ଆକାଶ ଦୀପଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିବା ବେଳେ ଜାଡେଜାଙ୍କ ଖାତାକୁ ଆସିଥିଲା ୧ ଉଇକେଟ।
ଦୁଇ ଦିନର ଖେଳ ଧୋଇ ଯାଇଥିବା ବେଳେ ଭାରତ ଫଳାଫଳ ପାଇଁ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ କ୍ରିକେଟ ଖେଳିଥିଲା। ଅଧିନାୟକ ରୋହିତ ଶର୍ମା (୨୩) ଓ ଯଶସ୍ବୀ ଜୟସ୍ବାଲ(୭୨) ପ୍ରଥମ ଉଇକେଟରେ ୨୩ ବଲ୍‌ ଖେଳି ୫୬ ରନ୍‌ ଯୋଡି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ରୋହିତ ୧୧ ବଲ୍‌ ଖେଳି ୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଟପ୍‌ ସ୍କୋରର ରହିଥିବା ଜୟସ୍ବାଲ ୫୧ ବଲ୍‌ ଖେଳି ୧୨ ଚୌକା ଓ ୨ ଛକା ମାରିଥିଲେ। ପରବର୍ତ୍ତୀ ବ୍ୟାଟର ଶୁବମାନ ଗିଲ୍‌ ୩୯ ଓ ରିଷଭ ପନ୍ତ ୯ ରନ୍‌ କରି ଆଉଟ ହୋଇଥିଲେ। ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ୪୭ ରନ୍‌ କରିଥିଲେ। କୋହଲି ୩୫ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରିଥିଲେ। କୋହଲି ଅର୍ଦ୍ଧଶତକ ପୂର୍ବରୁ ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ୪୩ ବଲ୍‌ରୁ ୬୮ ରନ୍‌ କରିଥିଲେ। ରାହୁଲଙ୍କ ଇନିଂସରେ ୭ ଚୌକା ଓ ୨ ଛକା ସାମିଲ ଥିଲା। ଭାରତ ୯ ଉଇକେଟ ହରାଇ ୨୮୫ ରନ୍‌ କରିଥିବା ବେଳେ ଦଳ ଇନିଂସ ଘୋଷଣା କରିଥିଲା। ବାଂଲାଦେଶର ସମସ୍ତ ବୋଲରଙ୍କ ଇକୋନୋମୀ ୬ ଉପରେ ରହିଥିଲା। ମେହିଦୀ ହସନ ମିରାଜ ଓ ଶକିବ ଅଲ ହସନ ୪ଟି ଲେଖାଏ ଉଇକେଟ ନେଇଥିବା ବେଳେ ହସନ ମେହମୁଦ ଗୋଟିଏ ଉଇକେଟ ନେଇଥିଲେ।
୫୨ ରନ୍‌ ପଛରେ ରହିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ ସତର୍କତାର ସହ ଆରମ୍ଭ କରିଥିଲା। ୧୮ ଓଭର ଖେଳ ବାକି ରହିଥିବା ବେଳେ ଖରାପ ଆଲୋକ କାରଣରୁ ୧୧ ଓଭରର ଖେଳ ହୋଇପାରିଥିଲା। ଶଦମାନ ଇସଲାମ(୭*) ଓ ଜାକିର ହସନ(୧୦) ପ୍ରଥମ ଉଇକେଟରେ ୧୮ ରନ୍‌ ଯୋଡିଥିଲେ। ଜାକିରଙ୍କୁ ଆଉଟ କରି ଅଶ୍ୱିନ ଏହି ଯୋଡି ଭାଙ୍ଗିଥିଲେ। ହସନ ମେହମୁଦ ନାଇଟ ଓ୍ବାଚମ୍ୟାନ ଭାବରେ ଆସିଥିବା ବେଳେ ୪ ରନ୍‌ କରି ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଶଦମାନ ଇସମାଇଲ ୭ ଓ ମୋମିନୁଲ ହକ୍‌ କୌଣସି ରନ୍‌ ନ କରି ବ୍ୟାଟିଂ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଐତିହାସିକ ରେକର୍ଡ କଲେ ବିରାଟ କୋହଲି: ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଳୀ,୩୦।୯: ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୦୦ ରନ ସ୍କୋର କରିବାରେ ବିରାଟ କୋହଲି ବିଶ୍ୱର ଚତୁର୍ଥ କ୍ରିକେଟର ହୋଇଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ ମ୍ୟାଚରେ ସେ...

ଆଇପିଏଲ୍‌ରେ ନିଲାମରେ ଭାଙ୍ଗିବ ସବୁ ରେକର୍ଡ: ଏହି ୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୯: ଆଇପିଏଲ ମେଗା ନିଲାମ ପୂର୍ବରୁ ବିସିସିଆଇ ରିଟେସନ୍‌ ସମ୍ବନ୍ଧୀୟ ନିୟମ ଘୋଷଣା କରିଛି। ଆଇପିଏଲ ଦଳ ସର୍ବାଧିକ ୫ ଖେଳାଳିଙ୍କୁ ବଜାୟ ରଖିବାରେ ସକ୍ଷମ...

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ବଡ଼ କାରନାମା କଲେ ରୋହିତ-ଯଶସ୍ବୀ ଯୋଡ଼ି

କାନପୁର,୩୦।୯: କାନପୁର ଟେଷ୍ଟରେ ବାଂଲାଦେଶକୁ ଟିମ ଇଣ୍ଡିଆ ଉପଯୁକ୍ତ ଜବାବ ଦେଇଛି। ପ୍ରଥମ ଇନିଂସରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ତାଙ୍କୁ ଏକ ଭଲ...

ବିସିସିଆଇର ବଡ ଆକ୍ସନ, ଆଇପିଏଲରେ ଏମିତି ହେଲେ ୨ ବର୍ଷ ପାଇଁ ବ୍ୟାନ

ନୂଆଦିଲ୍ଲୀ,୨୯।୯: ନଭେମ୍ବରରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ରିଟେଂସନକୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନିୟମ ଜାରି କରିଛି। ବର୍ତ୍ତମାନ ଆଇପିଏଲ ଫ୍ରାଞ୍ଚାଇଜ...

ଟିମ ସିଲେକ୍ସନରେ ଗମ୍ଭୀରଙ୍କ ଇନପ୍ୟାକ୍ଟ, କୋଚଙ୍କ ନିକଟତମ ଖେଳାଳିଙ୍କ ପାଇଁ ଖୋଲିଲା…

ନୂଆଦିଲ୍ଲୀ,୨୯।୯: ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଅଜିତ ଅଗରକରଙ୍କ ନେତୃତ୍ୱରେ...

କାନପୁର ଟେଷ୍ଟରେ ଏମିତି କିଛି କହିଦେଲେ ରିଷଭ ପନ୍ତ…ସବୁଠୁ ହେଉଛି ଚର୍ଚ୍ଚା

କାନପୁର,୨୮।୯: ଭାରତ ବନାମ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଷ୍ଟମ୍ପ ପଛରେ ଛିଡା ହୋଇ ରିଷଭ ପନ୍ତ ଏମିତି କିଛି କହିଛନ୍ତି, ଯାହା...

କ୍ରିକେଟ ପ୍ରେମୀଙ୍କ ପାଇଁ ଖରାପ ଖବର: ବର୍ଷା ପାଇଁ ଦ୍ୱିତୀୟ ଦିନର ଖେଳ…

କାନପୁର,୨୮।୯: କାନପୁରର ଗ୍ରୀନ ପାର୍କରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ମଧ୍ୟ ଖରାପ ପାଗ ଦ୍ୱାରା ପ୍ରଭାବିତ...

ରୋହିତ ଶର୍ମାଙ୍କ ଗୋଟିଏ ନିଷ୍ପତ୍ତିରେ ବଦଳିଗଲା ୬୦ ବର୍ଷର ଇତିହାସ

କାନପୁର,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୨୭ରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବର୍ଷା ହେତୁ ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri