Categories: ଜାତୀୟ

୪୦ ଦଙ୍ଗାକାରୀଙ୍କ ଫଟୋ ଜାରି

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ ୪ଟା ସୁଦ୍ଧା ୩୨ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ କାନପୁର ଡେପୁଟି ହଲ୍‌ରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପକୁ ସିଲ୍‌ କରିଦିଆଯାଇଛି। ଏଭଳିସ୍ଥିତରେ ଢେଲାମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୋଲିସ ୪୦ଜଣଙ୍କ ଫଟୋ ଜାରି କରିଛି।

ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ସହ ସେମାନଙ୍କ ନେଟଓ୍ବାର୍କ ଠାବ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅଧିକ ପ୍ରମାଣ ପାଇଁ ଅଭିଯୁକ୍ତଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରାଯିବ। ଅନ୍ୟପକ୍ଷେ ଯାଞ୍ଚ ବେଳେ ପ୍ରମାଣ ନଷ୍ଟ, ଡିଭିଆର୍‌ ଫୁଟେଜ୍‌ ଡିଲିଟ୍‌ କରିବା ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଥିବା କହିଛି।

Share