ନୂଆଦିଲ୍ଲୀ,୧୬।୪ : ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ଏନେଇ ଏଏପି ନେତା ତଥା ରାଜ୍ୟସଭା ଏମପି ରାଘବ ଚଢ଼ା ଖବରଦାତାଙ୍କ ସମ୍ମୁଖରେ ଏଏପିକୁ ଭଗବାନ କୃଷ୍ଣ ଏବଂ ଭାଜପାକୁ ଅତ୍ୟାଚାରୀ କଂସ ବୋଲି କହିଛନ୍ତି।
କଂସଙ୍କୁ ଜଣାଥିଲା ଯେ, ଭଗବାନ କୃଷ୍ଣ ତାଙ୍କର ବଧ କରିବେ। ସେହିପରି ଭାଜପା ଜାଣିଛି ଯେ କେଜରିଓ୍ବାଲ ତାହାର ନାଶ କରିବେ। ତେଣୁ ଭାଜପା ଭୟଭୀତ ହୋଇ କେଜରିଓ୍ବାଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛି। ତେବେ ଭାଜପା ନିଜର ଉଦ୍ଦେଶ୍ୟରେ କେବେ ମଧ୍ୟ ସଫଳ ହେବ ନାହିଁ। କେଜରିଓ୍ବାଲଙ୍କର କୌଣସି କ୍ଷତି ହେବ ନାହିଁ। ଶେଷରେ ଭାଜପାର ହିଁ ନାଶ ହେବ ବୋଲି ସେ କହିଛନ୍ତି।