Categories: ଜାତୀୟ

‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୧୮।୬: ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି।

କରୋନାର ପ୍ରଥମ ଲହର ସମୟରେ କାନ୍ତା ପ୍ରସାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ବହୁ ସଂଖ୍ୟାରେ ଲୋକେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ହେଲେ ମହାମାରୀର ଦ୍ୱିତୀୟ ଲହରରେ କାନ୍ତାଙ୍କ ବହୁତ କ୍ଷତି ହୋଇଥିଲା।

କାନ୍ତା ପ୍ରସାଦ ଗୁରୁବାର ରାତିରେ ନିଦ ବଟିକା ସହ ମଦ୍ୟପାନ କରିଥିଲେ। ଏଥିଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ଏବେ ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି।

Share