୧୦୦ ଦିନ ପୂରଣ କଲା ‘କାନ୍ତାରା’

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ହୃଦୟକୁ ଛୁଇଁଯାଇଛି। ଫିଲ୍ମଟି ବ୍ଲକବଷ୍ଟର ତାଲିକାରେ ଆଉ ଏକ ଗୌରବ ଯୋଡ଼ିଛି, ଯାହା ଭାରତର ହୃଦୟରୁ ‘କାନ୍ତାରା’ ଆକର୍ଷଣୀୟ ହୋଇଛି। ଏହି ଫିଲ୍ମଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ୨୦ ସେପ୍ଟେମ୍ବରରେ ରିଲିଜ ହୋଇଥିବା ଏହି ଫିଲ୍ମ ଆଜି ୧୦୦ ଦିନ ପୂରଣ କରିଛି।

ହୋମ୍ବେଲ ଫିଲ୍ମସ୍‌ ପକ୍ଷରୁ ଇତିହାସରେ ଏହି ବିଶେଷ ଦିନ ପାଳନ କରି ସୋସିଆଲ ମିଡିଆରେ ଫିଲ୍ମର ୧୦୦ ଦିନର ପୋଷ୍ଟର ସହିତ ଏକ ନୋଟ୍‌ ଶେୟାର କରି କ୍ୟାପଶନ ଲେଖାଯାଇଛି, ‘ଡିଭାଇନ ବ୍ଲକ୍‌ବଷ୍ଟର’ କାନ୍ତାରା’ର ୧୦୦ ଦିନ ପାଳନ କରିବା, ଏହା ଏମିତି ଏକ ଫିଲ୍ମ;ଯାହାକୁ ଆମେ ସବୁବେଳେ ମନେ ରଖିବୁ, ଯାହା ଆମକୁ ପୁନର୍ବାର ଆମ ମୂଳକୁ ନେଇଗଲା ଏବଂ ଆମ ପରମ୍ପରା ବିଷୟରେ ଆମକୁ ଆଶ୍ଚର୍ଯ୍ୟ କଲା।

‘କାନ୍ତାରା’ ୨୦୨୨ରେ ଖାଲି ଯେ, ସାଧାରଣ ଦର୍ଶକଙ୍କ ମନୋରଞ୍ଜନ କରିଥିଲା ତାହା ନୁହେଁ, ଏହି ଫିଲ୍ମ କ୍ରିକେଟରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରଣାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଛୁଇଁ ଯାଇଥିଲା। ଫିଲ୍ମକୁ ସମସ୍ତଙ୍କର ସମର୍ଥନ ଥିଲା। ଫିଲ୍ମଟି ଓଟିଟିରେ ରିଲିଜ ହେବା ପରେ ଏବେ ପ୍ରେକ୍ଷାଳୟରେ ଚାଲିଛି। ଯାହାକୁ ଦର୍ଶକେ ଦେଖୁଛନ୍ତି। ମୋଟ୍‌ ଉପରେ କହିବାକୁ ଗଲେ ଏହି ଫିଲ୍ମର କ୍ରେଜ୍‌ ଏବେ ବି କମିନାହିଁ।

Share