Categories: ଜାତୀୟ

କାଉଡିଆଙ୍କୁ ନଜର ରଖିବ ଡ୍ରୋନ୍‌

ଡେରାଡୁନ୍‌,୧୬।୭: କାଉଡିଆ ଯାତ୍ରାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଡଭାଇଜରି ଜାରି କରିବା ପରେ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ଉପରେ ନଜର ରଖିବାକୁ ଡ୍ରୋନ ନିୟୋଜିତ କରାଯାଇଛି। ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି, ”ଯାତ୍ରୀଙ୍କ ସୁରକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଉତ୍ତରାଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟ ପାଇଁ ଆଡଭାଇଜରି ଜାରି କରିଥିଲା। ସେହି ଆଡଭାଇଜରି ଅନୁଯାୟୀ ଆମର ପୋଲିସ ଫୋର୍ସ ଆଲର୍ଟ ରହିଛି ବୋଲି ଡିଜିପି କହିଛନ୍ତି। ଗୁରୁବାର ଗୃହ ମନ୍ତ୍ରଣାଳୟ କାଉଡିଆ ଯାତ୍ରାକୁ ନେଇ ଆଡଭାଇଜରି ଜାରି କରିଥିଲା। ଯାତ୍ରୀଙ୍କ ସୁରକ୍ଷା ବଢାଇବାକୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା।

Share