Categories: ଫୁରସତ

କାଉଡିଆ ଯାତ୍ରା ଆରମ୍ଭ କେବେ ? ଜାଣନ୍ତୁ ଜଳାଭିଷେକ କରିବାର ତିଥି, ତାରିଖ

ହିନ୍ଦୁ ଧର୍ମରେ ଭୋଳାବାବା ବା ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଶ୍ରାବଣ ମାସରେ କୁଡ଼ିଆ ଯାତ୍ରା ମଧ୍ୟ ହୋଇଥାଏ, ଯେଉଁଥିରେ ଭକ୍ତମାନେ କୁଡ଼ିଆରେ ପାଣି ନେଇ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି।

ଏପରି କଲେ ଭୋଳାବାବା ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ। ଶ୍ରାବଣ ମାସରେ ଲକ୍ଷାଧିକ ଲୋକେ ମହାଦେବଙ୍କୁ ଜଳ ଲାଗି କରିବାକୁ ଅନେକ ଦୂରରୁ ପାଦରେ ଚାଲି ଚାଲି କୁଡ଼ିଆ ଯାତ୍ରା କରିଥାନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୪ରେ କେଉଁଦିନ କାଉଡିଆ ଯାତ୍ରା ଆରମ୍ଭ ହେଉଛି।

ପାଞ୍ଜି ଅନୁଯାୟୀ ଜୁଲାଇ ୨୨ ତାରିଖରୁ କାଉଡିଆ ଯାତ୍ରା ଆରମ୍ଭ ହେଉଛି। ୨ ଅଗଷ୍ଟ ୨୦୨୪ରେ ଏହାର ଶେଷ ହେବ। କାଉଡିଆ ଯାତ୍ରା ଏକ ତୀର୍ଥ ଯାତ୍ରା ପରି ହୋଇଥିବାରୁ ବର୍ଷ ଯାକ ଲୋକେ ଏହାକୁ ଅପେକ୍ଷା କରିଥାନ୍ତି।

Share