Categories: ଜାତୀୟ

କାଉଡିଆ ଯାତ୍ରା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଡଭାଇଜରୀ ଜାରି କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ଡେରାଡୁନ,୧୬।୭: ଶ୍ରାବଣ ମାସ ଆରମ୍ଭ ହୋଇଛି। ଗତ ୨ବର୍ଷ କରୋନା ଯୋଗୁ କାଉଡିଆ ଯାତ୍ରା ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ଭକ୍ତମାନଙ୍କ ପାଇଁ ବୋଲବମ୍‌ ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରାବଣ ମାସ ଆରମ୍ଭ ହେବା ସହ ଶିବଭକ୍ତଙ୍କ କାଉଡିଆ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ସୋମବାର ଶ୍ରାବଣ ପ୍ରଥମ ସୋମବାର ହୋଇଥିବା ବେଳେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ବହୁ ଉଲ୍ଲାସ ଦେଖିବାକୁ ମିଳିଛି। ଇତିମଧ୍ୟରେ ଏହି ଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଆଶଙ୍କା ରହିଛି। ଉତ୍ତରାଖଣ୍ଡରେ କାଉଡିଆ ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ଆଡଭାଇଜରୀ ଜାରି କରାଯାଇଛି। ଉତ୍ତରାଖଣ୍ଡ ଓ ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଡଭାଇଜରୀ ଜାରି କରିଛି। ଅନ୍ୟପଟେ ପୋଲିସ ଫୋର୍ସ ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି ବୋଲି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି।

 

Share