ରାଷ୍ଟ୍ରପତି ଦୌଡରେ ଲୋକପ୍ରିୟ ର଼୍ୟାପର୍‌, ବଢିପାରେ ଟ୍ରମ୍ପଙ୍କ ଲାଗି ଅଡୁଆ

ଓ୍ବାଶିଂଟନ,୫।୭: ଚଳିତ ବର୍ଷ ଶେଷ ବେଳକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ଦୌଡରେ ଏବେ ସାମିଲ ହେବାକୁ ଯାଉଛନ୍ତି ମନୋରଞ୍ଜନ ଦୁନିଆର ଜଣେ ଲୋକପ୍ରିୟ ର଼୍ୟାପର କାନୟେ ଓ୍ବେଷ୍ଟ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପାର୍ଟିର ଜୋ ଓ୍ବାଇଟନଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆଲୋଚନା ହେଉଥିବା ବେଳେ ଏପଟେ ର଼୍ୟାପରଙ୍କ ଏଣ୍ଟ୍ରି ରାଷ୍ଟ୍ରପତି ନିର୍ବାଚନରେ ନୂଆ ମୋଡ ନେବ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ଲଢିବା କଥା କାନୟେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହାପରେ କାନୟେଙ୍କ ଏହି ଟୁଇଟ୍‌ ଟ୍ରେଣ୍ଡ କରିବାରେ ଲାଗିଛି।

Share