ନୂଆଦିଲ୍ଲୀ,୬।୧: ଅଲ୍ରାଉଣ୍ଡର କ୍ରିକେଟ୍ ତାରକା କପିଲ୍ ଦେବଙ୍କୁ ବୁଧବାର ୬୧ ବର୍ଷ ପୂରଣ ହୋଇଛି। ସେ ୬୨ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କପିଲ୍ ଦେବ୍ ରାମଲାଲ୍ ନିଖଞ୍ଜ୍। ପ୍ରଭାବଶାଳୀ ଖେଳ ପାଇଁ ପ୍ରଶଂସକ କପିଲ୍ଙ୍କୁ ହରିୟାଣା ତୋଫାନ୍ କହିଥାନ୍ତି। ୧୯୮୩ରେ ସେ ପ୍ରଥମ ଥର ପାଇଁ ଭାରତ ପାଇଁ ବିଶ୍ୱକପ୍ ଆଣିଥିଲେ। ଓ୍ବେଷ୍ଟ ଇଣ୍ଡିଜ୍ ସହିତ ତାଙ୍କର ବ୍ୟାଟିଂ ଏବଂ ମ୍ୟାଚ୍ର ଦିଗ ପରିବର୍ତ୍ତନ କରିଥିବା କଷ୍ଟସାଧ୍ୟ କ୍ୟାଚ୍ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଛି। ତାଙ୍କର ୧୯୮୦ରେ ସେ ରୋମି ଭାଟିଆଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ସୁନ୍ଦରୀ ଅଭିନେତ୍ରୀ ସାରିକା ଠାକୁରଙ୍କ ସହିତ ଥିଲା ତାଙ୍କର ପ୍ରେମ ସମ୍ପର୍କ। ସେ ଅନ୍ୟ କେତେକଙ୍କ ସହିତ ଡେଟିଂ କରୁଥିବାର ଶୁଣାଯାଉଥିଲା। ତେବେ ଶେଷରେ ରୋମିଙ୍କ ସହିତ ବିବାହ ପରେ ସେ କନ୍ୟା ସନ୍ତାନର ପିତା ହୋଇଥିଲେ ତାଙ୍କ ଝିଅଙ୍କ ନାମ ଅମିୟା ଦେବ। ସେ ୧୩୧ ଟେଷ୍ଟ ମ୍ୟାଚ୍ରେ ୧୮୪ ଥର ଖେଳି ୫୨୪୮ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୮ଟି ଶତକ ଏବଂ ୨୭ଟି ଅର୍ଦ୍ଧ ଶତକ ରହିଛି। ସେହିପରି ୨୫୫ଟି ଏକ ଦିବସୀୟ ମ୍ୟାଚ୍ରେ ୧୯୮ ଥର ଖେଳି ସେ ୩୭୮୩ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଏବଂ ୧୪ଟି ଅର୍ଦ୍ଧ ଶତକ ରହିଛି।