Categories: ଖେଳ

ସୁସ୍ଥ ହେଲେ କପିଲ: ଚେତନ ଶର୍ମା

ନୂଆଦିଲ୍ଲୀ,୨୫ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହ୍‌ପିଟାଲରୁ ଡିସଚାର୍ଜ ହୋଇଥିବା କହିଛନ୍ତି ଚେତନ ଶର୍ମା । ଶର୍ମା ଏକ ଟୁଇଟ୍ କରି ଲେଖିଛନ୍ତି, ଖୁସି ଖବର କପିଲ ପାଜି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଓ ତାଙ୍କୁ ହସ୍ପିଟାଳରୁ ଛୁଟି ମିଳିଛି । ଆଉ ଏକ ଟୁଇଟରେ ଶର୍ମା କପିଲଙ୍କ ସହ ଡାକ୍ତର ଅତୁଲ ମାଥୁରଙ୍କର ଏକ ଫଟୋ ଶେୟାର କରିଛନ୍ତି । ଲେଖିଛନ୍ତି ଡାକ୍ତର ଅତୁଲ ମାଥୁର କପିଲଙ୍କ ଆଞ୍ଜିଓପ୍ଲାଷ୍ଟି କରିଥିବା ବେଳେ ସେ ଏବେ ସୁସ୍ଥ ହୋଇଯାଇଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର କପିଲ ଦେବଙ୍କର ସାମନ୍ୟ ହୃଦ୍ ସମସ୍ୟା ଦେଖାଯିବାରୁ ତାଙ୍କୁ ତୁରନ୍ତ ଦିଲ୍ଲୀସ୍ଥିତି ଫୋଟିଜ୍ ଏସକର୍ଟସ୍ ଓଖଲା ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୬୨ ବର୍ଷୀୟ କପିଲ ଦେବଙ୍କ ନେତୃତ୍ୱରେ ପ୍ରଥମ ଥର ଭାରତ ୧୯୮୩ରେ ୱାର୍ଲ କପ୍ ବିଜୟୀ ହୋଇଥିଲା ।

Share