Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ଏହି ପରାମର୍ଶ ଦେଲେ କପିଲ ଦେବ

ନୂଆଦିଲ୍ଲୀ,୧୬।୮: ବିଶ୍ୱକପ୍‌ ୨୦୨୩କୁ ଆଉ ମାସ କେତେଟା ବାକି। ପ୍ରଥମ ଥର ଲାଗି ଭାରତରେ ଏହା ଖେଳାଯିବାକୁ ଥିବାରୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ଅଧିକ। ଏଭଳି ସ୍ଥିତିରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର। ଦଳ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏହା ପୂର୍ବରୁ ୧୯୮୩ରେ ବିଶ୍ୱ ଚାମ୍ପିୟନ ଟିମ୍‌ର ନେତୃତ୍ୱ ନେଇଥିବା କପିଲ ଦେବ ଅଧିନାୟକ ରୋହିତ ଶର୍ମାଙ୍କୁ ସ୍ବତନ୍ତ୍ର ପରାମର୍ଶ ଦେଇଛନ୍ତି।

କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କପିଲ କହିଛନ୍ତି, ରୋହିତ ଜଣେ ଭଲ ଅଧିନାୟକ। ହେଲେ ତାଙ୍କୁ ଆହୁରୀ ଆକ୍ରାମକ ହେବାକୁ ପଡ଼ିବ। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନିକଟରେ ହୋଇଥିବା ସିରିଜ ବହୁତ ଭଲ ଥିଲା। ଏଭଳି ସିରିଜ ଏବେ ଦେଖିବାକୁ ମିଳୁନାହିଁ। କହିବାକୁ ଗଲେ କ୍ରିକେଟକୁ ଏଭଳି ଖେଳିବାକୁ ପଡ଼ିବ। ଯେଉଁଠାରେ ଡ୍ର ନୁହେଁ ବରଂ ମ୍ୟାଚ୍‌କୁ ଜିତିବା ପ୍ରାଥମିକତା ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Share