ରୋମିଙ୍କ ପୂର୍ବରୁ ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହୋଇଥିଲେ କପିଲ ଦେବ; ବିବାହ ବି କରିଥାନ୍ତେ…

ବମ୍ବେ: ଗତକାଲି ରିଲିଜ ହୋଇ ଚର୍ଚ୍ଚାରେ ବହୁ ପ୍ରତିକ୍ଷିତ ଫିଲ୍ମ ‘୮୩’। ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ଜୀବନୀ ଉପରେ ଏହା ପର୍ଯ୍ୟବେଶିତ। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ନିଜର ବୋଲିଂ ଆଉ ବ୍ୟାଟିଂରେ ବଡ଼ ବଡ଼ କ୍ରିକେଟରଙ୍କୁ ଧରାଶାୟୀ କରୁଥିଲେ କପିଲ। ହେଲେ ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ସେ ନିଜ ସମ୍ପର୍କକୁ ନେଇ ଆଲୋଚିତ ହୋଇଥିଲେ। ଏହି ସମୟରେ କପିଲଙ୍କ ନାମ ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀଙ୍କ ସହ ଯୋଡ଼ାଯାଇଥିଲା। କିଛି ଦିନ ଏକାଠି ରହିବା ପରେ ହଠାତ୍‌ ଉଭୟଙ୍କ ବ୍ରେକଅପ୍‌ ହୋଇଯାଇଥିଲା।

କପିଲଙ୍କ ହୃଦୟ ଚୋରି କରିଥିବା ଅଭିନେତ୍ରୀଜଣଙ୍କ ଥିଲେ ସାରିକା। ମନୋଜ କୁମାରଙ୍କ ଯୋଗୁ କପିଲ ଏବଂ ସାରିକା ପରସ୍ପରକୁ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ହେଲେ ତାହା ହୋଇପାରି ନ ଥିଲା। ଉଭୟ ବ୍ରେକ୍‌ଅପ୍‌ କରିନେଇଥିଲେ।

କପିଲ-ସାରିକାଙ୍କ ବ୍ରେକ୍‌ଅପ୍‌ର କାରଣ ନେଇ ଅନେକ କିଛି ଶୁଣିବାକୁ ମିଳିଥିଲା। କପିଲଙ୍କ ଜୀବନରେ ଅନ୍ୟ କାହାର ଉପସ୍ଥିତି ଯୋଗୁ ସାରିକାଙ୍କ ସହ ତାଙ୍କର ସମ୍ପର୍କ ଫିକା ପଡ଼ିଥିବା କୁହାଯାଇଥିଲା। ଉକ୍ତ ଯୁବତୀ ଥିଲେ ରୋମି ଭାଟିଆ। ରୋମିଙ୍କୁ ଦେଖି ପସନ୍ଦ କରିଥିଲେ କପିଲ। ଅପରପକ୍ଷେ ସାରିକା ଅଭିନେତା କମଲ ହାସନଙ୍କ ନିକଟତର ହୋଇଥିଲେ।

କୁହାଯାଏ କପିଲଙ୍କ ଜୀବନରେ ପ୍ରଥମରୁ ରୋମି ଥିଲେ। ଭୁଲ ବୁଝାମଣା ଯୋଗୁ ଉଭୟ ଅଲଗା ହୋଇଯାଇଥିଲେ। ପରେ କପିଲଙ୍କ ଜୀବନରେ ସାରିକାଙ୍କ ଏଣ୍ଟ୍ରି ହୋଇଥିଲା। ପରେ ଉଭୟ ବିବାହ କରିଥିଲେ।

Share