Categories: ଖେଳ

କପିଲ ଦେବ ଅସୁସ୍ଥ : ହୃଦଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୩ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଅସୁସ୍ଥ ହୋଇପଡିଛନ୍ତି । ହୃଦ୍‌ଘାତ ସମସ୍ୟା ଦେଖାଯିବାରୁ ଶୁକ୍ରବାର ତାଙ୍କୁ ଦିଲ୍ଲୀର ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ଆନଜିଓପ୍ଲାଷ୍ଟି କରାଯାଇଥିବା ବେଳେ ସେ ସୁସ୍ଥ ଥିବା କୁହାଯାଉଛି । ଦେଶ ପ୍ରଥମେ ୧୯୮୩ରେ ତାଙ୍କ ନେତୃତ୍ୱରେ ବିଶ୍ୱକପ୍ କ୍ରିକେଟ ହାସଲ କରିଥିଲା । ହଜାର ହଜାର ଯୁବକଙ୍କୁ ସେ କ୍ରିକେଟରେ ଯୋଗ ଦେବାକୁ ପ୍ରେରଣା ଦେଇଛନ୍ତି ।

Share