‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି

ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଲର୍ଡସରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଥିଲା। କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଭାରତର ଐତିହାସିକ ବିଜୟ ଉପରେ ଆଧାରିତ।
ଫିଲ୍ମ ‘୮୩’ ରିଲିଜ ହେବା ପୂର୍ବରୁ ନିର୍ମାତା ଭାରତୀୟ ଖେଳାଳିଙ୍କୁ ୧୫ କୋଟି ଟଙ୍କା ଦେଇଛନ୍ତି। କପିଳ ଦେବ ତାଙ୍କ କାହାଣୀ କହିବା ପାଇଁ ୫ କୋଟି ଟଙ୍କା ପାଇଛନ୍ତି। ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ଖେଳାଳିଙ୍କ ବିଷୟ ଅଧିକାର ଏବଂ ବ୍ୟକ୍ତିଗତ କାହାଣୀ ପାଇବା ଜରୁରୀ ଅଟେ। ଏହାକୁ ଧ୍ୟାନରେ ରଖି ନିର୍ମାତାମାନେ ୧୯୮୩ ବିଶ୍ୱକପ ବିଜେତା ଦଳକୁ ପ୍ରାୟ ୧୫ କୋଟି ଟଙ୍କା ପ୍ରଦାନ କରିଥିଲେ। କପିଳ ଦେବ ଏଥିରେ ସର୍ବାଧିକ ଅଂଶ ପାଇଥିଲେ।
ଏହି ଚଳଚ୍ଚିତ୍ରଟି ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଅଛି। ଏକ ସପ୍ତାହ ପୂର୍ବରୁ ଦୁବାଇର ବୁର୍ଜା ଖଲିଫାରେ ‘୮୩’ର ଟ୍ରେଲର ଦେଖାଯାଇଥିଲା। ଏହି ଅବସରରେ ରଣଭୀର, ଦୀପିକା ପାଦୁକୋନ ଏବଂ କବୀର ଖାନ ମଧ୍ୟ ଉପସ୍ଥିତ ଥିଲେ।