Categories: ଖେଳ

ହାର୍ଦ୍ଦିକ ଟେଷ୍ଟ କ୍ରିକେଟ ଖେଳି ପାରିବେ ନାହିଁ: କପିଲ ଦେବ

ନୂଆଦିଲ୍ଲୀ, ୧୬। ୮: ୧୯୮୩ର ବିଶ୍ବକପ ବିଜେତା ଅଧିନାୟକ କପିଲ ଦେବ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ତାଙ୍କର ଟେଷ୍ଟ କ୍ରିକେଟ ଖେଳିବା ଉପରେ ସେ ନିଜର ରାୟ ରଖିଛନ୍ତି। କ୍ରିକେଟର ବହୁତ ଫିଟ୍ ଥିଲେ ହେଁ ଟେଷ୍ଟ କ୍ରିକେଟ ଖେଳି ପାରିବେ ନାହିଁ ବୋଲି ସେ କହିଛନ୍ତି।

୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ହାର୍ଦ୍ଦିକ। ହେଲେ ସେ ୨୦୧୮ରେ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପରେ ଆଉ ଧଳା ଜର୍ସି ପିନ୍ଧି ନାହାନ୍ତି। ଏସିଆ କପ୍ ରେ ତାଙ୍କର ପିଠିରେ ଆଘାତ ଲାଗିଥିଲା। ସୁସ୍ଥ ହେବା ପରଠାରୁ ସେ କେବଳ ସୀମିତ ଓଭର କ୍ରିକେଟ ଖେଳୁଛନ୍ତି।

 

Share