Categories: ଖେଳ

କୋହଲି, ଗମ୍ଭୀରଙ୍କ ଉପରେ ବର୍ଷିଲେ କପିଲ ଦେବ

ନୂଆଦିଲ୍ଲୀ,୩୧।୭: ଆଇପିଏଲ ୨୦୨୩ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି ବିରାଟ କୋହଲି ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାମର୍ଶଦାତା ଗୌତମ ଗମ୍ଭୀର ବିବାଦରେ ଥିଲେ। ଏହି ବିବାଦ ଅନେକ ହେଡଲାଇନ ସୃଷ୍ଟି କରିଥିଲା। ଏଥି ସହିତ ବର୍ତ୍ତମାନ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି। ବାସ୍ତବରେ କପିଲ ଦେବ କହିଛନ୍ତି ଯେ, ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଆଇପିଏଲ ସମୟରେ ଯାହା ହୋଇଥିଲା ଏହା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା।

କପିଲ ଦେବ ଆହୁରି କହିଛନ୍ତି, ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଅନ୍ୟପକ୍ଷରେ ଗୌତମ ଗମ୍ଭୀର ସଂସଦର ଜଣେ ସଦସ୍ୟ, ତେଣୁ ଉଭୟ ଏହିପରି ଆଚରଣ କରିବା ଉଚିତ୍‌ ନୁହେଁ। ତେବେ କପିଲ ଦେବଙ୍କ ବିବୃତ୍ତି ସୋସିଆଲ ମିଡିଆରେ ନିରନ୍ତର ଚର୍ଚ୍ଚାର ବିଷୟ ପାଲଟିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି। ବାସ୍ତବରେ ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ମଧ୍ୟରେ ବିବାଦକୁ ନେଇ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଅତ୍ୟନ୍ତ ଅସନ୍ତୁଷ୍ଟ ଦେଖାଯାଉଥିବା ନଜର ଆସିଛନ୍ତି।

Share