କପିଲଙ୍କ ହାତରେ ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଥାଏ। ପ୍ରତି ଶନିବାର ଏବଂ ରବିବାରରେ କପିଲ ଶର୍ମା ତାଙ୍କ ଶୋ’ ମାଧ୍ୟମରେ ପ୍ରଶଂସକଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି।

କମେଡ଼ି ଶୋ’ ବ୍ୟତୀତ କପିଲ ମଧ୍ୟ କିଛି ଫିଲ୍ମରେ ଅଭିନୟ କରିଛନ୍ତି। ଏବେ ଶୁଣିବାକୁ ମିଳିୁଛି, କପିଲ ଏବଂ ନିର୍ଦ୍ଦେଶକ ରାଜ ଶାନ୍ଦିଲିଆ ଖୁବ୍‌ଶୀଘ୍ର ଏକ ଫିଲ୍ମ ପାଇଁ ଏକାଠି ହେବାକୁ ଯାଉଛନ୍ତି। ନିକଟରେ ହୋଇଥିବା ଆଲୋଚନାରେ ଫିଲ୍ମ ନିର୍ମାତା ରାଜ୍‌ ଶାଣ୍ଡିଲ୍ୟା ହାସ୍ୟ ଅଭିନେତା କପିଲଙ୍କ ସହ ହାତ ମିଳାଇଥିବାର ରାଜ୍‌ ଖୋଲିଥିଲେ।
କମେଡି ଫିଲ୍ମ ଡ୍ରିମ ଗର୍ଲ ନିର୍ଦ୍ଦେଶନା ଦେବା ପରେ ନିର୍ଦ୍ଦେଶକ ବର୍ତ୍ତମାନ ଏହାର ପାର୍ଟ -୨ରେ ବ୍ୟସ୍ତ ଅଛନ୍ତି। ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାପୂର୍ବରୁ ରାଜ୍‌ କମେଡି ସର୍କସରେ କପିଲ ଶର୍ମାଙ୍କ ସହ କାମ କରିଛନ୍ତି। ରାଜ୍‌ କୁହନ୍ତି, ‘ଆମେ ଏକ ଫିଲ୍ମ କରିବାକୁ ଯୋଜନା କରୁଛୁ। ଏହା ଗୁଜବ ନୁହେଁ, କିନ୍ତୁ ଆମେ ଏପରି କିଛି କରିବାକୁ ଚେଷ୍ଟା କରୁଛୁ ଯାହା ଅନନ୍ୟ ଅଟେ ଏବଂ ଏହା ପୂର୍ବରୁ କେବେ ଚେଷ୍ଟା କରାଯାଇ ନାହିଁ।

କପିଲ ଶର୍ମା ୨୦୧୫ରେ ଅବାସ-ମୁସ୍ତାନ’ଙ୍କ ଫିଲ୍ମ ‘କିସ୍‌ କିସି କୋ ପ୍ୟାର୍‌ କରୁଁ’ ସହ ଫିଲ୍ମରେ ଡେବ୍ୟୁ କରିଥିଲେ। ଯାହା ପରେ ୨୦୧୭ରେ ରାଜୀବ ଧିଙ୍ଗରାଙ୍କ ‘ଫିରାଙ୍ଗି’ ଆସିଥିଲା। କପିଲ ଏବେ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତାଙ୍କ ଆଗାମୀ ଡ୍ରାମା ‘ଜିଭ୍‌ଗାତୋ’ ରିଲିଜକୁ ଅପେକ୍ଷା କରିଛନ୍ତି।

Share