ବିବାଦରେ କପିଲ: ଶୋ’କୁ ଆସିବାକୁ ମୁହେଁମୁହେଁ ମନାକଲେ

କମେଡି କିଙ୍ଗ କପିଲ ଶର୍ମା ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। କପିଲଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ବଡ଼ ଷ୍ଟାରକାଷ୍ଟ ନ ଥିବାରୁ କପିଲ ତାଙ୍କ ଶୋ’ରେ ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ପ୍ରମୋଶନ ପାଇଁ ମନା କରି ଦେଇଛନ୍ତି। ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତରରେ ଏପରି ଖୁଲାସା କରିଛନ୍ତି ବିବେକ। ବିବେକଙ୍କ ଆଗାମୀ ଫିଲ୍ମ ‘ଦ କାଶ୍ମୀର ଫାଇଲସ୍‌’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଅନ୍ୟ ନିର୍ଦ୍ଦେଶକଙ୍କ ପରି ବିବେକ ମଧ୍ୟ ନିଜ ଫିଲ୍ମର ପ୍ରମୋଶନ କପିଲଙ୍କ ଶୋ’ରେ କରିବାକୁ ଚାହୁଁଥିଲେ। ହେଲେ କପିଲ ଏଥି ପାଇଁ ସେ ମୁହଁରେ ସଫା ସଫା ମନା କରିଦେଲେ। କାରଣ ଫିଲ୍ମରେ କୌଣସି ବଡ଼ ଷ୍ଟାର ନ ଥିବାରୁ କପିଲ ତାଙ୍କ ଫିଲ୍ମ ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ବିବେକ କହିଛନ୍ତି। ବିବେକ ନିଜ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’କୁ ଯିବା ଉଚିତ ବୋଲି ଜଣେ ୟୁଜର୍ସ ଟୁଇଟରରେ କହିଥିଲେ। ଏହାର ଉତ୍ତର ଦେବାକୁ ଯାଇ ବିବେକ କହିଛନ୍ତି, କପିଲ ନିଜ ଶୋ’ରେ କାହାକୁ ଆମନ୍ତ୍ରଣ କରିବେ ତାହା ତାଙ୍କ ଉପରେ ଓ ତାଙ୍କ ଟିମ ଉପରେ ନିର୍ଭରର କରେ। ମୁଁ ମଧ୍ୟ ତାଙ୍କର ବହୁତ ବଡ଼ ଫ୍ୟାନ । ହେଲେ ଭଲ ନିର୍ଦ୍ଦେଶକ, କଳାକାର, ଲେଖକଙ୍କର ବଲିଉଡରେ କିଛି ମୂଲ୍ୟ ନାହିଁ। ଆମ ଫିଲ୍ମରେ ବଡ଼ କମର୍ସିଆଲ ଷ୍ଟାର ନ ଥିବାରୁ କପିଲ ତାଙ୍କ ଶୋ’ରେ ଆମକୁ ନିମନ୍ତ୍ରଣ କରିବାକୁ ମନା କରିଦେଇଥିବା ନେଇ କହିଛନ୍ତି ବିବେକ । ବିବେକଙ୍କ ଏହି ଟୁଇଟ୍‌ ପରେ ୟୁଜର୍ସ କପିଲଙ୍କୁ ପ୍ରବଳ ଟ୍ରୋଲ କରୁଛନ୍ତି। ହେଲେ ଏ ସମ୍ପର୍କରେ କପିଲ ପ୍ରତିକ୍ରିୟା ଦେଇନାହାନ୍ତି।

 

Share