ଗିନ୍ନି-କପିଲଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ

ବମ୍ବେ: ଦେଶର ଲୋକପ୍ରିୟ କମେଡିଆନଙ୍କ ମଧ୍ୟରୁ କପିଲ ଶର୍ମା ଜଣେ। ଦିନକୁ ଦିନ ତାଙ୍କ ଖ୍ୟାତି ବଢ଼ୁଥିବା ବେଳେ କର୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଛନ୍ତି ଚର୍ଚ୍ଚାରେ। ଦିନକ ପୂର୍ବେ ଏହି କମେଡିଆନ ବିବାହର ଚାରି ବର୍ଷ ପୂରଣ କରିଛନ୍ତି। ୨୦୧୮ରେ ଗିନ୍ନି ଚତରଥଙ୍କୁ ବିବାହ କରିଥିଲେ ସେ।

କପିଲଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ। ସେ ଥିଏଟର କରିବା ସମୟରେ ଅନେକ କଲେଜକୁ ଯାଉଥିଲେ। ସେଠାରେ ସେ ଗିନ୍ନିଙ୍କୁ ଭେଟିଥିଲେ। ଗିନ୍ନି ତାଙ୍କର ଛାତ୍ରୀ ଥିଲେ। ପରେ ସେ କପିଲଙ୍କ ଆସିଷ୍ଟାଣ୍ଟ ହୋଇଥିଲେ।

ଦିନ ପରେ ଦିନ ଗଡ଼ି ଚାଲିଥିଲା। ଏମିତିରେ ଧିରେ ଧିରେ କପିଲଙ୍କୁ ଭଲ ପାଇ ବସିଥିବା ଗିନ୍ନି ଅନୁଭବ କରିଥିଲେ। ହେଲେ ଗିନ୍ନିଙ୍କ ପରିବାର ବେଶ ସମ୍ଭାନ୍ତ ଥିଲା। ସେ ମହଙ୍ଗା କାର୍‌ରେ କଲେଜ ଆସୁଥିଲେ। ଏଣୁ ଉଭୟଙ୍କ ମେଳ ଅସମ୍ଭବ ବୋଲି ସେ ମନେ କରିଥିଲେ।

ଦିନେ କପିଲଙ୍କ ଜଣେ ବନ୍ଧୁ ଗିନ୍ନି ତାଙ୍କୁ ପ୍ରେମ କରୁଥିବା କମେଡିଆନଙ୍କୁ କହିଥିଲେ। ଏହାକୁ ସେ ବିଶ୍ୱାସ କରି ପାରି ନ ଥିଲେ। ମାତ୍ର ସେ ଲୋକପ୍ରିୟ ହେବା ପରେ ଗିନ୍ନିଙ୍କୁ ବିବାହ ଲାଗି ପ୍ରପୋଜ କରିଥିଲେ। ଗିନ୍ନି ହଁ କହିବା ପରେ ପରିବାରର ସହମତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଏବେ ଉଭୟଙ୍କ ଦୁଇ ସନ୍ତାନ ରହିଛି।

Share