୬ ବର୍ଷ ପରେ ମିଶିଲା ମନ, ପୁଣି ଏକାଠି ନଜର ଆସିବେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର

ନୂଆଦିଲ୍ଲୀ,୨।୧୨: ‘ଦି କପିଲ ଶର୍ମା ଶୋ’ର ପ୍ରସିଦ୍ଧ ଡା. ଗୁଲାଟି ଚରିତ୍ରରେ ନଜର ଆସୁଥିବା ସୁନୀଲ ଗ୍ରୋଭର ପୁଣି କପିଲ ଶର୍ମାଙ୍କ ସହିତ ନଜର ଆସିବେ। ଦୀର୍ଘ ଦିନର ଲଢେଇ ପରେ ଦୁଇ ଷ୍ଟାର କମେଡିଆନ ନେଟଫ୍ଲିକ୍ସର ଏକ ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହୋଇଛନ୍ତି। କପିଲ ନିଜେ ସେମାନଙ୍କର ପ୍ରଶଂସକଙ୍କୁ ଏହି ସପ୍ରାଇଜ ଦେଇଛନ୍ତି।

କପିଲ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦୁଇ ଷ୍ଟାର କହୁଛନ୍ତି ଯେ, ମୁଁ ନେଟଫ୍ଲିକ୍ସରେ ଆସୁଛି, ତା’ପରେ ଦୁହେଁ ଏକାଠି କାମ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହାପରେ କପିଲ ସୂଚନା ଦେଇଛନ୍ତି ଯେ ‘ଆମେ ୧୯୦ ଦେଶରେ ମିଶିକରି ଶୋ’ କରିବାକୁ ଯାଉଛୁ। ଏହାପରେ ସୁନୀଲ ହସି ହସି କୁହନ୍ତି, “ଅଷ୍ଟ୍ରେଲିଆ ଯିବା ନାହିଁ, ଏହାର ଜବାବରେ କପିଲ କହୁଛନ୍ତି ଯିବାକୁ ତ ପଡ଼ିବ, ଲୋକେ ଅପେକ୍ଷା କରିଛନ୍ତି।” ଏହାପରେ ସୁନୀଲ କପିଲଙ୍କ ଆଗରେ ଏକ ସର୍ତ୍ତ ରଖିଛନ୍ତି। ଯାହାକୁ ଆପଣ ତଳେ ଦିଆଯାଇଥିବା ଭିଡିଓ ଲିଙ୍କରେ ଦେଖିପାରିବେ। ଏହି ଦୁଇଙ୍କୁ ବ୍ୟତୀତ ରାଜୀବ ଠାକୁର, କିକୁ ଶାରଦା, କୃଷ୍ଣା ଅଭିଷେକ ଏବଂ ଅର୍ଚ୍ଚନା ପୁରନ ରହିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ରେ କପିଲ ଏବଂ ସୁନୀଲଙ୍କ ମଧ୍ୟରେ ଏକ ଫ୍ଲାଇଟରେ ଝଗଡା ହୋଇଥିଲା। ଏହାପରେ ସୁନୀଲ କପିଲଙ୍କ ଶୋ ସାରି ଦେଇଥିଲେ। ଏବେ ବହୁ ଦିନ ପରେ ଦୁହେଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ପ୍ରଶଂସକମାନେ ଲମ୍ବା ସମୟରୁ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଅପେକ୍ଷା କରିଛନ୍ତି।

 

Share