ଗୋଟିଏ ଶୋ’ ପାଇଁ ଏତିକି ଟଙ୍କା ନିଅନ୍ତି କପିଲ ଶର୍ମା, ସହ-କଳାକାର

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ ଶୋ’ ଟେଲିଭିଜନ ଦୁନିଆରେ ସବୁଠୁ ପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ। ଏହି ଶୋ’ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଲୋକେ ଦେଖିବାକୁ ପସନ୍ଦ କରନ୍ତି। ଶୋ’ରେ ବଡ଼ ବଡ଼ କଳାକାରମାନେ ପରଫରମାନ୍ସ କରିଥାନ୍ତି ଏବଂ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି। ମାତ୍ର ଆପଣ ଜାଣନ୍ତି କି ଏହି ଶୋ’ର ଗୋଟିଏ ଏପିସୋଡ୍‌ ପାଇଁ କଳାକାରମାନେ କେତେ ଟଙ୍କା ନିଅନ୍ତି। ଜାଣନ୍ତୁ ଏ ସମ୍ପର୍କରେ…
କପିଲ ଶର୍ମା:


ହୋଷ୍ଟ ଏବଂ ଲୋକପ୍ରିୟ ସିରିୟଲରେ ନିଜର କମେଡି ଦ୍ୱାରା ସମସ୍ତଙ୍କୁ ହସାଇ ହସାଇ ବେଦମ କରାଉଥିବା କମେଡି କିଙ୍ଗ୍‌ କପିଲ ଶର୍ମା ଆଜି ଘରେ ଘରେ ପରିଚିତ। ଏବେ କପିଲଙ୍କ ପାରିଶ୍ରମିକ
୩୦ରୁ ୩୫ ଲକ୍ଷ। କିନ୍ତୁ ଅପ୍‌କମିଂ ସିଜନ ପାଇଁ କପିଲ ଏହି ଫି’ ବଢ଼ାଇ ଦେଇଛନ୍ତି। କୁହାଯାଉଛି ପ୍ରତି ଏପିସୋଡ୍‌ରେ ସେ ୫୦ ଲକ୍ଷ ଟଙ୍କା ନେବେ।

ଅର୍ଚ୍ଚନା ପୂରଣ ସିଂହ:


କପିଲ ଶର୍ମା ତ କମେଡି କିଙ୍ଗ୍‌ ମାତ୍ର ଅର୍ଚ୍ଚନା ପୂରଣ ସିଂହ ହେଉଛନ୍ତି କମେଡି କୁଇନ୍‌। ଶୋ’ରେ ସେ ବଡ଼ ପଦବୀରେ ରହିଛନ୍ତି। ଅର୍ଚ୍ଚନା ମଝିରେ ମଝିରେ ପ୍ରଶଂସକଙ୍କୁ ମଜାକଥା କହି ହସାଇଥାନ୍ତି। ସେ ପ୍ରତି ଏପିସୋଡ୍‌ରେ ୧୦ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥାନ୍ତି।

ଭାରତୀ ସିଂହ:

କମେଡି ଦୁନିଆରେ ଭାରତୀଙ୍କ ବହୁତ ବଡ଼ ନାଁ। ସେ ପ୍ରତି ଶୋ’ରେ ୧୦ରୁ ୧୨ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥାନ୍ତି। ସେ ତିଲ୍‌ତି ଯାଦବ ଏବ କମ୍ମୋ ପିଉସୀ ଭୂମିକାରେ ନଜର ଆସିଥାନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ କରୋନା ମହାମାରୀ ଏବଂ କପିଲଙ୍କ ବ୍ୟକ୍ତିଗତ କାରଣରୁ ଶୋ’ଟି ବନ୍ଦ ରହିଛି। ତେବେ ଖୁବ୍‌ଶୀଘ୍ର ନୂଆ ରୂପରେ ଆସିବ ବୋଲି ଶୁଣିବାକୁ ମିଳୁଛି।

Share