ଛୋଟ ପରଦାର କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଝିଅ ଗୁରୁବାର ଏକ ବର୍ଷର ହୋଇଯାଇଛନ୍ତି। କପିଲ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅନାୟରାଙ୍କର ଅନେକ ଫଟୋ ଶେୟାର କରିଛନ୍ତି। କିଛି ଫଟୋରେ ଅନାୟରା କପିଲଙ୍କ ମା’ଙ୍କ ସହ ଖେଳୁଥିବା ବେଳେ ଆଉ କିଛିରେ ତାଙ୍କୁ କେକ୍ ଖାଉଥିବାର ଦେଖିବାକୁ ମିଳୁଛି। ଏହି ଫଟୋ ଶେୟାରକରି କପିଲ ଲେଖିଛନ୍ତି, ଆମ ଲାଡୋକୁ ତାର ପ୍ରଥମ ଜନ୍ମଦିନରେ ଏତେ ଭଲପାଇବା ଏବଂ ଆଶୀର୍ବାଦ ଦେଇଥିବାରୁ ବହୁତ ଧନ୍ୟବାଦ। ଏହି ଫଟୋ ଶେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଲାଇକ୍ ଏବଂ ଶେୟାର କରିସାରିଛନ୍ତି। କମେଣ୍ଟ ବକ୍ସରେ ଅନେକ ପ୍ରଶଂସକ ଅନାୟରାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।