ଏପିସୋଡ ପିଛା ୫୦ ଲକ୍ଷ; ଶୋ’ର ତୃତୀୟ ସିଜନରେ ରୋଜଗାର କରିଛନ୍ତି ୪୦ କୋଟି

ବମ୍ବେ: ଟେଲି ପରଦାର ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ର ତୃତୀୟ ସିଜନ ଶେଷ ହୋଇଛି। ଏହାପରେ କପିଲ କିଛି ଦିନର ବ୍ରେକ୍‌ ନେଇ ବିଦେଶ ଗସ୍ତରେ ଯାଇଛନ୍ତି। ଏସବୁ ଭିତରେ ଏବେ ଏହି ସିଜନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

କପିଲଙ୍କ ଶୋ’ର ତୃତୀୟ ସିଜନଙ୍କୁ ଦର୍ଶକ ପସନ୍ଦ କରିଥିବାରୁ ଏହା ହିଟ୍‌ ହୋଇଛି। କପିଲ ମଧ୍ୟ ନିଜର ପାଉଣା ବଢ଼ାଇଥିବାରୁ ଭଲ ରୋଜଗାର କରିଛନ୍ତି। ପ୍ରତି ଏପିସୋଡ ଲାଗି କପିଲ ୫୦ ଲକ୍ଷ ଟଙ୍କା ନେଉଥିଲେ। ଏପରି ଭାବେ ସେ ସପ୍ତାହକୁ ୧ କୋଟି ରୋଜଗାର କରୁଥିଲେ। ଏକ ରିପୋର୍ଟ ଅନୁଯାୟୀ କପିଲଙ୍କ ଶୋ’ର ତୃତୀୟ ସିଜନରେ ୮୦ ଏପିସୋଡ ରହିଥିଲା। ହିସାବ କଲେ କପିଲ ଏଥିରେ ୪୦ କୋଟି ରୋଜଗାର କରିଛନ୍ତି।

କହିରଖୁଛୁ, ଏବେ କପିଲ କାନାଡ଼ାରେ ନିଜ ଟିମ୍‌ ସହ ଛୁଟିରେ ଯାଇଛନ୍ତି। ସେଠାର ଅନେକ ଫଟୋ ସେ ସୋସିଆଲ ମିଡିଆରେ ଛାଡ଼ୁଛନ୍ତି।

Share