ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ନିଅନ୍ତି କପିଲ ଶର୍ମା

କମେଡି ଷ୍ଟାର କପିଲ ଶର୍ମାଙ୍କ ଶୋ’ ‘ଦି କପିଲ ଶର୍ମା ଶୋ’ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ। କପିଲଙ୍କ ଏହି ଶୋ’ରେ ଅନେକ ହାସ୍ୟ ଅଭିନେତା ନଜର ଆସନ୍ତି। ତେବେ, କପିଲ ଏବଂ ଏହି ଶୋ’ରେ ଅଭିନୟ କରୁଥିବା ଅନ୍ୟ ଅଭିନେତ୍ରୀ/ଅଭିନେତାମାନେ ମୋଟା ଅଙ୍କରେ ପାରିଶ୍ରମିକ ନିଅନ୍ତି।
କପିଲ ଗୋଟିଏ ଏପିଶୋଡ ପାଇଁ ୫୦ ଲକ୍ଷ ଟଙ୍କା ନିଅନ୍ତି। କପିଲ ଶର୍ମା ଶୋ’ରେ ଜଜ ଭୂମିକାରେ ନଜର ଆସୁଥିବା ଅର୍ଚ୍ଚନା ପୁରଣ ସିଂ ପ୍ରତି ଏପିସୋଡ ପାଇଁ ୧୦ ଲକ୍ଷ ଟଙ୍କା ଫି’ ନେଇଥାନ୍ତି। ସେହିପରି କୃଷ୍ଣା ଅଭିଷେକ ପ୍ରତି ଏପିସୋଡରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି। କପିଲ ଶର୍ମା ଶୋ’ର ଅନ୍ୟ ପ୍ରସିଦ୍ଧ ତାରକା ହେଲେ ଭାରତୀ ସିଂ। ଏହି କମେଡି ଶୋ’ର ପ୍ରତ୍ୟେକ ଏପିସୋଡ ପାଇଁ ଭାରତୀ ୧୦-୧୨ ଲକ୍ଷ ଟଙ୍କା ନିଅନ୍ତି।
ଏଥି ସହିତ ଚନ୍ଦନ ପ୍ରଭାକର ଏବଂ ସନ୍ନି ଦେଓଲ ହୋଇ ଦର୍ଶକଙ୍କୁ ମନୋରଞ୍ଜନ କରିଥିବା କିକୁ ଶାରଦା ମଧ୍ୟ ଦି କପିଲ ଶର୍ମା ଶୋ’ର ପ୍ରତ୍ୟେକ ଏପିସୋଡ ପାଇଁ ପ୍ରଚୁର ପରିମାଣର ଚାର୍ଜ କରନ୍ତି। ଉଭୟ ଏପିସୋଡ ପାଇଁ ୭-୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି।

Share