୧୧ କିଲୋ ଓଜନ କମାଇଲେ କମେଡି କିଙ୍ଗ କପିଲ

ନିଜର ଫିଟନେସକୁ ନେଇ ଖୁବ୍‌ ସଚେତନ ଲୋକପ୍ରିୟ କମେଡି କିଙ୍ଗ କପିଲ ଶର୍ମା । ବର୍ତ୍ତମାନ କପିଲ ପାଖାପାଖି ୧୧ କିଲୋ ଓଜନ କମାଇଛନ୍ତି। ଲକଡାଉନ ସମୟରେ ସେ ଘରେ ରହି ଓ୍ବାର୍କ ଆଉଟ କରି ଏହି ଓଜନ କମାଇଥିବା କୁହାଯାଉଛି। ନିକଟରେ ସେ ପରିବାର ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ କପିଲ ତାଙ୍କ ସ୍ତ୍ରୀ ଓ ଝିଅ ସହ ନଜର ଆସିଛନ୍ତି। ଏଥିରେ ସେ ସ୍ଲିମ ଓ ହ୍ୟାଣ୍ଡସମ ଦେଖାଯାଉଛନ୍ତି। କପିଲଙ୍କ ଓଜନ ୯୨ କିଲୋରୁ ୮୧ କିଲୋକୁ ହ୍ରାସ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି।

Share