ମଦ ନିଶାରେ ସ୍ତ୍ରୀଙ୍କୁ ଏପରି କହିଥିଲେ କପିଲ, ଭିଡିଓ ଦେଖିଲେ…

କମେଡି କିଙ୍ଗ କପିଲ ଶର୍ମା ଦର୍ଶକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ମଦ ନିଶାରେ ନିଜ ସ୍ତ୍ରୀଙ୍କ ସହ ସେ କ’ଣ କରିଥିଲେ ତାହାର ଖୁଲାସା କରିଛନ୍ତି ।
ଟେଲିଭିଜନ ପରେ ଏବେ ଓଟିଟିରେ କପିଲ, ନେଟଫ୍ଲିକ୍ସରେ ଷ୍ଟାଣ୍ଡ-ଅପ-ସ୍ପେଶାଲ ‘ଆଇ ଏମ୍‌ ନଟ ଡନ ୟେଟ’ରେ ନିଜ ଲଭ ଷ୍ଟୋରୀ କହିଛନ୍ତି। ସେ କିଭଳି ଗିନ୍ନି ଚତରଥଙ୍କୁ ପ୍ରଥମ ଥର ପାଇଁ ପ୍ରପୋଜ କରିଥିଲେ ସେ ବିଷୟରେ କହିଛନ୍ତି। ସେ ଗିନ୍ନିଙ୍କୁ ପ୍ରଥମେ ବିବାହ ପାଇଁ ପ୍ରୋପଜାଲ ଦେବା ଲାଗି ମଦର ସାହାରା ନେଇଥିଲେ। ସେ ମଦ ପିଇ ନିଶାରେ ଫୋନ୍‌ରେ ଗିନ୍ନିଙ୍କୁ ବିବାହ ଲାଗି ପ୍ରପୋଜ କରିଥିଲେ ବୋଲି କହିଛନ୍ତି। ଏକ ଭିଡିଓରେ ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଗିନ୍ନିଙ୍କୁ ପ୍ରିୟ କହି କପିଲ କହିଛନ୍ତି, ‘ମୁଁ ତାଙ୍କୁ ଅଧିକ କାମ ଦେଉଥିଲି। ସେ ମୋତେ ଫୋନ କରୁଥିଲେ। ଦିନ ସାରା କ’ଣ ଘଟିଲା କେତେ ଅଭ୍ୟାସ କଲେ ତା’ର ରିପୋର୍ଟ ଦେଉଥିଲେ ।’ ଏହାପରେ ଭିଡିଓରେ ସାମ୍ନାରେ ବସିଥିବା ସ୍ତ୍ରୀ ଗିନ୍ନିଙ୍କୁ କପିଲ ପଚାରୁଛନ୍ତି ‘କ’ଣ ଦେଖି ଏ ସ୍କୁଟର ବାଲା ସହ ବିବାହ କରିଥିଲ? ଏହାର ଉତ୍ତରରେ ଗିନ୍ନି ମଜାଳିଆ ଙ୍ଗରେ କହୁଛନ୍ତି, କିଛି ନାହିଁ ସମସ୍ତେ ଧନିଙ୍କୁ ବିବାହ କରୁଛନ୍ତି, ମୁଁ ଭାବିଲି ଏ ଗରିବ ଲୋକର ଟିକେ ଭଲ କରିଦେବି।’ ୨୦୧୮ରେ କପିଲ ଶର୍ମା ଓ ଗିନ୍ନି ଚତରଥଙ୍କ ବିବାହ ହୋଇଥିଲା। କପିଲ ଓ ଗିନ୍ନିଙ୍କ ଯୋଡିକୁ ଫ୍ୟାନମାନେ ଖୁବ ପସନ୍ଦ କରନ୍ତି।

 

https://www.instagram.com/netflix_in/?utm_source=ig_embed&ig_rid=ca3f4992-3089-429d-9006-bb193affd0c3

 

Share