ନିଜ ବିବାହରେ ଷ୍ଟେଜ୍‌ ଛାଡି ଚାଲିଯାଇଥିଲେ କପିଲ ଶର୍ମା: କାରଣ…

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି କମେଡି ଶୋ ‘ଦ କପିଲ ଶର୍ମା’କୁ ସମଗ୍ର ବିଶ୍ୱର ଲୋକ ପସନ୍ଦ କରନ୍ତି। ଶୋ’ରେ ପ୍ରତି ସପ୍ତାହ ଶେଷରେ ନୂଆ ନୂଆ ଅତିଥି ଆସି ମଜାଳିଆ କଥା ଶେୟାର କରିଥାନ୍ତି। କପିଲ ମଧ୍ୟ ନିଜ ସହ ଜଡିତ କଥା କହିଥାନ୍ତି। ସେଲିବ୍ରିଟି ଏବଂ ହୋଷ୍ଟଙ୍କ ମଧ୍ୟରେ ବହୁତ ମଜାକ୍‌ ମସ୍ତି ହୋଇଥାଏ। ନିକଟରେ ଏକ ଅଧ୍ୟାୟରେ ଅଭିନେତ୍ରୀ ଜୟା ପ୍ରଦା ଏବଂ ରାଜ ବବ୍ବର ଶୋ’ରେ ଅତିଥି ହୋଇ ଆସିଥିଲେ। ସମସ୍ତେ ମଜାଳିଆ କଥା ହୋଇଥିଲେ। ଏହି ଅବସରରେ କପିଲ ନିଜ ବିବାହକୁ ନେଇ ଏକ ମଜାଳିଆ କଥା କହିଥିଲେ। ସେ ନିଜ ବିବାହରେ ମଣ୍ଡପ ଛାଡି ଚାଲିଯାଇଥିଲେ ବୋଲି କହିଥିଲେ। କପିଲ କହିଥିଲେ ଯେ, ତାଙ୍କର ବିବାହ ସମୟରେ ବହୂତ ଲୋକ ଷ୍ଟେଜ୍‌ ଚାରିପଟେ ଛାଡି ହୋଇଥିଲେ। ଏହା ଦେଖି ସେ ଦୌଡି ନିଜ ରୁମ୍‌କୁ ପଳାଇଯାଇଥିଲେ। ଆଉ ବାହାରକୁ ବାହାରି ନ ଥିଲେ ବୋଲି କହିଥିଲେ॥ ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଲୋକମାନେ ବହୁତ ହସିବାକୁ ଲାଗିଥିଲେ।

Share