ହିନ୍ଦୀ କି ଇଂରାଜୀ ନୁହେଁ, କେବଳ ଏହି ଭାଷା ବୁଝେ କମେଡି କିଙ୍ଗ୍‌ଙ୍କ ଝିଅ

ମୁମ୍ବାଇ: କୌଣସି ଭେଦଭାବ ନ ରଖି ପ୍ରତ୍ୟେକ ଧର୍ମର ଲୋକଙ୍କୁ ହସାଉଥିବା କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତି। କପିଲଙ୍କୁ ହସର ରାଜା ବୋଲି କୁହାଯାଏ। ବୋଧହୁଏ ଏପରି ଲକ୍ଷଣ ମଧ୍ୟ ତାଙ୍କ ଝିଅଠାରେ ପ୍ରକାଶ ପାଇଛି। ନିକଟରେ କପିଲ ତାଙ୍କ ଶୋ’ରେ ଝିଅ ସହ ଜଡ଼ିତ କିଛି ରୋଚକ କଥା ଶେୟାର କରିଛନ୍ତି। ସେ କହିଛନ୍ତି, ତାଙ୍କ ଝିଅ ଅନାୟାରା ହିନ୍ଦୀ କିମ୍ବା ଇଂରାଜୀ ଅପେକ୍ଷା ବଙ୍ଗଳା ବେଶୀ ଭଲ ବୁଝନ୍ତି। ଯେଉଁଥିପାଇଁ ତାଙ୍କ ଝିଅଙ୍କୁ ସମେସ୍ତ ପ୍ରଶଂସା କରନ୍ତି।

ଏଥର କପିଲଙ୍କ ଶୋ’ରେ କ୍ରିକେଟର ସୁରେଶ ରାଇନାଙ୍କ ସ୍ତ୍ରୀ ପ୍ରିୟଙ୍କା ସାମିଲ ହୋଇଥିଲେ। ଏହି ସମୟରେ କପିଲ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ବାଣ୍ଟିଥିଲେ। କପିଲ କୁହନ୍ତି, ଅନାୟାରା ହିନ୍ଦୀ ଏବଂ ଇଂରାଜୀକୁ କମ୍‌ ବୁଝେ ଏବଂ ବଙ୍ଗଳା ଭାଷାକୁ ଅଧିକ ବୁଝେ। ଏହା ପଛର କାରଣ ହେଉଛି ଘରେ ଆମେ ସମସ୍ତେ ହିନ୍ଦୀ ଏବଂ ପଞ୍ଜାବୀରେ କଥାବାର୍ତ୍ତା କରୁ। ଏହା ସହିତ, ଆମେ ମଧ୍ୟ ଇଂରାଜୀ କହିଥାଉ, କିନ୍ତୁ ସେ ସହଜରେ ବଙ୍ଗଳା ଭାଷା ବୁଝି ପ୍ରତିକ୍ରିୟା ପ୍ରକାଶ କରିଥାଏ। କପିଲ ସୋସିଆଲ ମିଡିଆରେ ତାଙ୍କ ଝିଅର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯାହାକୁ ପ୍ରଶଂସକମାନେ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି।

Share