କପିଲ ଶର୍ମା କେତେ ଦିଅନ୍ତି ଇନ୍‌କମ୍‌ ଟ୍ୟାକ୍ସ ଶୁଣିଲେ ଉଡ଼ିଯିବ ହୋସ୍‌

ଛୋଟ ପରଦାର ଲୋକପ୍ରିୟ କମେଡି କଳାକାର କପିଲ ଶର୍ମା। କମେଡି କଳାକାର ସାଙ୍ଗକୁ ସେ ଜଣେ ଭଲ ଅଭିନେତା, ଆଙ୍କର, ହୋଷ୍ଟ ଏବଂ ଗାୟକ ମଧ୍ୟ। ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ତାଲିକାର ଶ୍ରେଷ୍ଠ ୧୦୦ରେ ମଧ୍ୟ ସେ ସ୍ଥାନ ପାଇ ସାରିଛନ୍ତି। କମେଡି ଶୋ’ ସାଙ୍ଗକୁ ବଲିଉଡ୍‌ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି। ତାଙ୍କ ନିକଟରେ ଆହୁରି ଅନେକ ରୋଜଗାରରର ଉତ୍ସ ରହିଛି। ତେବେ କପିଲ ସରକାରଙ୍କୁ କେତେ ଟ୍ୟାକ୍ସ ଦେଉଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
କପିଲ ବର୍ଷକୁ ୧୫ କୋଟି ଟଙ୍କାର ଇନ୍‌କମ୍‌ ଟ୍ୟାକ୍ସ ଭରିଥାନ୍ତି। ଏ କଥା ନିଜେ କପିଲ ନିଜ ଶୋ’ର ଏକ ଅଧ୍ୟାୟରେ କହିଥିଲେ। ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହୁରି ମଧ୍ୟ ସେ କହିଥିଲେ ଯେ, ଇନ୍‌କମ୍‌ ଟ୍ୟାକ୍ସ ଦେବା ଉଚିତ୍‌। କାରଣ ଏହା ଆମ ଦେଶର ବିକାଶରେ ସହାୟକ ହୋଇଥାଏ। ତେବେ ଐଶ୍ୱର୍ଯ୍ୟା ରାୟ ଅତିଥି ଭାବେ ଆସିଥିବା ଅଧ୍ୟାୟରେ କପିଲ ଏହି କଥା କହିଥିଲେ।

Share