ପୁଅର ପ୍ରଥମ ଝଲକ୍‌ ଦେଖାଇଲେ କପିଲ୍‌ ଶର୍ମା

କମେଡି କିଙ୍ଗ୍‌ କପିଲ୍‌ ଶର୍ମା ଏବେ ଶୁଟିଂରୁ କିଛି ଦିନ ବିରତି ନେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରାୟତଃ ବଡ଼ ଝିଅ ଅନାୟାରଙ୍କ ଫଟୋ ପ୍ରଶଂସକଙ୍କ ସହ ଶେୟାର କରନ୍ତି। କିନ୍ତୁ ଏହା ପ୍ରଥମ ଥର ପାଇଁ ସେ ସୋସିଆଲ ମିଡିଆରେ ପୁଅର ଫଟୋ ସେୟାର କରିଛନ୍ତି।, ପ୍ରଶଂସକଙ୍କ ଚାହିଦା ପୂରଣ କରିବାକୁ ଯାଇ ସେ ନିକଟରେ ତାଙ୍କ ପୁଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ କପିଲ ପୁଅ ତ୍ରିଶାନ୍‌ ଏବଂ ଝିଅ ଅନାୟରାଙ୍କୁ ନିଜ କୋଳରେ ଧରିଥିବାର ନଜର ଆସିଛନ୍ତି। ପିତୃଦିବସ ଅବସରରେ ସେ ଏହି ଫଟୋ ପ୍ରଶଂସକଙ୍କ ସହ ଶେୟାର କରି କପିଲ ଏକ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଜନସାଧାରଣଙ୍କ ପ୍ରବଳ ଚାହିଦା ଅନୁଯାୟୀ ଅନାୟରା ଏବଂ ତ୍ରିଶାନ ପ୍ରଥମ ଥର ପାଇଁ ଏକାଠି ହୋଇଥିଲେ। କପିଲ ଏହି ଫଟୋ ଶେୟାର କରିବା ମାତ୍ରେ ତାହା ଭାଇରାଲ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ଏହା ୮ ଲକ୍ଷରୁ ଅଧିକ ଲାଇକ ପାଇଛି। କପିଲ ଏବଂ ଗିନ୍ନି ୨୦୧୮ରେ ବିବାହ କରିଥିଲେ। ୨୦୧୯ରେ ଝିଅ ଅନାୟରା ଏବଂ ୨୦୨୧ରେ ପୁଅକୁ ଜନ୍ମ ହୋଇଥିଲେ।

Share