କେହି ବୁଝୁ ନ ଥିଲେ, ଆତ୍ମହତ୍ୟା କରିବାକୁ ଚାହୁଁଥିଲି: କପିଲ ଶର୍ମା

ବମ୍ବେ: ଫିଲ୍ମ ‘ଜ୍ମିଗାଟୋ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି କମେଡିଆନ୍‌ କପିଲ ଶର୍ମା। ନିଜର କମେଡି ଜରିଆରେ ସର୍ବଦା ଦର୍ଶକଙ୍କୁ ହସାଇ ଆସିଛନ୍ତି ସେ। ହେଲେ ଏବେ ଫିଲ୍ମରେ ତାଙ୍କୁ ନୂଆ ରୂପରେ ଦେଖିବାକୁ ମିିଳିବ। ଏହାକୁ ନେଇ କପିଲ ଉତ୍ସାହିତ ଥିବା ବେଳେ ଏକ ସାକ୍ଷାତକାରରେ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି।

କପିଲ ନିଜ କ୍ୟାରିୟରର କଷ୍ଟକର ଦିନକୁ ମନେ ପକାଇଛନ୍ତି। ସେ କହିଛନ୍ତି, ମୁଁ ଡିପ୍ରେସନରେ ଥିଲି। ମୋତେ ଲାଗୁଥିଲା ନିଜର କେହି ନାହାନ୍ତି। କେହି ବୁଝିବାକୁ ନାହାନ୍ତି। କେହି ଯତ୍ନ ନେବାକୁ ନାହାନ୍ତି। ଆଖପାଖରେ ଥିବା ଲୋକମାନେ ସୁବିଧାବାଦୀ ବୋଲି ମନେ ହେଉଥିଲା, ବିଶେଷକରି କଳାକାରମାନେ। ସେତେବେଳେ ଆତ୍ମହତ୍ୟା କରିବାର ଚିନ୍ତା ମନକୁ ଆସିଥିଲା ବୋଲି କପିଲ କହିଛନ୍ତି। ତାଙ୍କର ଏହି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share