କମେଡିଆନ ନ ହୋଇଥିଲେ ଡକାୟତ ହୋଇଥାଆନ୍ତେ କପିଲ ଶର୍ମା !

ମୁମ୍ବାଇ: କମେଡିଆନ୍ କପିଲ ଶର୍ମାଙ୍କର ବଲିଉଡରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଥିବା ତାଙ୍କ କମେଡି ଶୋ’ରେ ଆସୁଥିବା ଅତିଥିମାନେ ହସି ହସି ବେହାଲ ହୁଅନ୍ତି । ଅସଲରେ କପିଲ ତାଙ୍କ କମେଡି ଶୋ’ରେ ସିଲିବ୍ରିଟିଙ୍କ ଦରମା ବିଷୟରେ ଅଧିକ କଥା ହୋଇ ଥାଆନ୍ତି । ଯାହା ସମସ୍ତଙ୍କ ପାଇଁ ହସର ଖୋରାକ ଯାଗାଇଥାଏ । ନିକଟରେ ଏହି ଶୋ’ରେ ବଲିଉଡ ଫିଲ୍ମ ନିର୍ମାତା ସାଜିଦ ନାଡିଆଡୱାଲା ପ୍ରମୋଶନ ପାଇଁ ଆସିଥିବା ବେଳେ ଏଥିରେ ଗେଷ୍ଟ ଭାବେ ଆହାନ ସେଟ୍ଟୀ, ଟାଇଗର ଶ୍ରଫ ଓ କ୍ରିତି ସାନନ ନଜର ଆସିଥିଲେ । ଏହି ଶୋ’ ମାଧ୍ୟମରେ କପିଲ କହିଥିଲେ କି ସେ କମେଡିଆନ୍ ନୁହେଁ ଡାକୁ ବା ଡକାୟତ ହେବାକୁ ଚିନ୍ତା କରିଥିଲେ । ଅବଶ୍ୟ ସେ ‘ସୋଲେ’ ଫିଲ୍ମ ଦେଖିବା ପରେ ତାଙ୍କ ମନକୁୁ ଏଭଳି ଆଇଡିଆ ଆସିଥିବା କହିଥିଲେ । ଆଉ କପିଲଙ୍କ ଏହି କଥାକୁ ଶୁଣିବା ପରେ ଉପସ୍ଥିତି ଅତିଥି ଓ ଦର୍ଶକେ ହସି ହସି ବେଦମ ହୋଇଥିଲେ ।

Share