ଜଣେ ଝିଅ ପାଇଁ ଅଭିନେତା ହୋଇଥିଲେ କପିଲ ଶର୍ମା

କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରସିଦ୍ଧ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ଆଜି ଜଣେ ସଫଳ ଅଭିନେତା । ତାଙ୍କ ସଫଳତା ପଛରେ କଠିନ ପରିଶ୍ରମ ଏବଂ ପ୍ରତିଭା ଅଛି, କିନ୍ତୁ ଗୋଟିଏ ଝିଅର ମଧ୍ୟ ହାତ ଅଛି। ସମସ୍ତେ ଜାଣନ୍ତି ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳାଙ୍କ ହାତ ଅଛି, ତେଣୁ କପିଲ ଶର୍ମାଙ୍କ ଜୀବନରେ ମଧ୍ୟ ଏହା ଘଟିଛି।
କପିଲ ଶର୍ମା ପିଲାଦିନରୁ ଗୀତ ଗାଇବାକୁ ଭଲ ପାଉଥିଲେ, କିନ୍ତୁ ମଞ୍ଚ ଅଭିନୟଠାରୁ ଦୂରରେ ଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ପିଲାଦିନରୁ ଗୀତ ଗାଇବା ମୋର ଏକ ହବି ଥିଲା। କିନ୍ତୁ ମୁଁ ଭାବି ନ ଥିଲି ଯେ ମୁଁ ଅଭିନୟରେ ଯିବି। ମୁଁ ଗୀତ ଗାଇବାକୁ ଭଲ ପାଉଥିଲ। ମୁଁ ଯେତେବେଳେ କଲେଜକୁ ଆସିଲି, ସେଠାରେ ୟୁତ୍‌ ଫେଷ୍ଟିଭାଲ ଆୟୋଜନ ହେଉଥିଲା। ମୋର ବନ୍ଧୁ ନାଟକରେ କାମ କରୁଥିଲେ। ସେହି ନାଟକରେ ଜଣେ ଝିଅ ମଧ୍ୟ ଥିଲେ, ଯାହାଙ୍କୁ ମୁଁ ପସନ୍ଦ କରୁଥିଲି। ମୁଁ ଭାବିଲି ତାଙ୍କ ସହ ଅଭିନୟ କରିବି, ଅନ୍ତତଃ ପକ୍ଷେ ଆମେ ଏକାଠି ହେବୁ। ଏହା ପରେ ସେବେଠାରୁ ମୋର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଏହା ପରେ ସେ ପ୍ରାୟ ୮-୧୦ ବର୍ଷ ପର୍ଯ୍ୟନ୍ତ ଥିଏଟର କରିଥିଲେ।
‘ଦି କପିଲ ଶର୍ମା ସୋ’ ଅଗଷ୍ଟ ୨୧ ରୁ ଆରମ୍ଭ ହେବାକୁ ଯାଉଛି। କପିଲ ଶୋ’ର ଏକ ପ୍ରୋମୋ ଭିଡିଓ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅକ୍ଷୟ କୁମାରଙ୍କୁ ପ୍ରଥମ ଏପିସୋଡରେ ଅତିଥି ଭାବେ ଦେଖିବାକୁ ମିଳିବ।

Share